ୟେଦୁରପ୍ପାଙ୍କ ଘରେ ସକାଳ ଜଳଖିଆ କଲେ ଶାହ

ୟେଦୁରପ୍ପାଙ୍କ ଘରେ ସକାଳ ଜଳଖିଆ କଲେ ଶାହ

representational immage -ABP News

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପିର ନିର୍ବାଚନ ରଣନୀତିଜ୍ଞ ଅମିତ ଶାହ ଆଜି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ସହ ତାଙ୍କ ଘରେ ବ୍ରେକଫାଷ୍ଟ୍‌ କରିଛନ୍ତି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ, ବିଜେପି ଜାତୀୟ ସାଧାରଣ ସଚିବ ଏବଂ ଚିକ୍କମଗାଲୁରୁ ବିଧାୟକ ସିଟି ରବି, ରାଜ୍ୟ ମନ୍ତ୍ରୀ ଗୋବିନ୍ଦ ମୁକ୍ତପ୍ପା କରଜୋଲ, ସାଂସଦ ଅରୁଣ ସିଂହ ଏବଂ ବିଧାୟକ ନଳିଳନ କୁମାର କତିଲ ମଧ୍ୟ ଶାହଙ୍କ ସହ ୟେଦୁରପ୍ପାଙ୍କ ବାସଭବନକୁ ଯାଇଥିଲେ। ସମସ୍ତଙ୍କୁ ଏକାଠି ବସି ସକାଳ ଜଳଖିଆ କରିଥିବା ଦେଖିବାକୁ ମିଳିଛି। ପରେ ସିଟି ରବିଙ୍କୁ ସାମ୍ବାଦିକମାନେ କର୍ଣ୍ଣାଟକ ନିର୍ବାଚନ ପାଇଁ ଟିକେଟ ବଣ୍ଟନ ସଂକ୍ରାନ୍ତରେ ପଚରାଯିବାରୁ ସେ କହିଛନ୍ତି, କିଚେନ୍‌ ଏବଂ ଡାଇନିଂ ଟେବୁଲ୍‌ରେ ଟିକେଟ ବଣ୍ଟନ ସଂକ୍ରାନ୍ତ ନିଷ୍ପତ୍ତି ହେବନି। ଉଲ୍ଲେଖଯୋଗ୍ୟ, ଅମିତ ଶାହ ଗତକାଲି ରାତିରେ ଏକ ଟ୍ବିଟ୍‌ କରି ବେଙ୍ଗାଲୁରୁ ଗସ୍ତ କଥା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe