NBT
ମୁମ୍ବାଇ: ଦେଶରେ ଲୋକସଭା ନିର୍ବାଚନକୁ ନେଇ ରାଜନେତାମାନେ ଭୋଟଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର୍ ନିର୍ବାଚନୀ ପ୍ରଚାର ଚଳାଇଛନ୍ତି। ଏହି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଖାପାଖି ସମସ୍ତ ବଲିଉଡ୍ ସେଲିବ୍ରିଟିଜଙ୍କୁ ଟୁଇଟ କରି ଅନୁରୋଧ କରିଥିଲେ କି ସେମାନେ ଜନତାଙ୍କୁ ଅଧିକରୁ ଅଧିକ ଭୋଟ ଦେବା ପାଇଁ ପ୍ରୋତ୍ସାହିତ କରନ୍ତୁ।
ମୋଦିଙ୍କ ଏହି ଟୁଇଟ ପରେ ଅମିତାଭ ବଚ୍ଚନ, ଅକ୍ଷୟ କୁମାରଙ୍କ ଠାରୁ ନେଇ ସଲମାନ୍ ଖାନ୍ ବି ଭୋଟ ମାଗିବା ନେଇ ଟୁଇଟ କରିଥିଲେ। ଏବେ ଏହି ତାଲିକାରେ ଶାହାରୁଖ ଖାନ୍ଙ୍କ ନାମ ଯୋଡ଼ି ହୋଇଯାଇଛି। ଶାହାରୁଖ୍ ଖାନ୍ ଜନତାଙ୍କୁ କେବଳ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ତାହା ନୁହେଁ, ସେ ଏଥିପାଇଁ ଏକ ମଜାଦାର ଭିଡିଓ ବି ବନାଇଛନ୍ତି। ଯେଉଁଥିରେ ସେ ର୍ୟାମ୍ପ କରୁଥିବା ନଜର ଆସୁଛନ୍ତି। ଶାହାରୁଖ୍ ଏହି ଭିଡିଓକୁ ଟୁଇଟରରେ ସେୟାର ବି କରିଛନ୍ତି।
Wikipediaଶାହାରୁଖ୍ ଏହି ଭିଡିଓକୁ ସେୟାର କରି ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ କରି ଲେଖିଛନ୍ତି, ମୋଦି ସାହେବ କ୍ରିଏଟିଭିଟି ପାଇଁ କହିଥିଲେ। ଭିଡିଓ ବନାଇବାକୁ ଟିକେ ବିଳମ୍ବ ହୋଇଗଲା, କିନ୍ତୁ ଆପଣମାନେ ଭୋଟ ଦେବାରେ ବିଳମ୍ବ କରିବେ ନାହିଁ। ଭୋଟିଂ ଆପଣଙ୍କର କେବଳ ଅଧିକାର ନୁହେଁ, ତାହା ହେଉଛି ଆପଣଙ୍କ ଶକ୍ତି। ତେଣୁ ନିଶ୍ଚୟ ଭୋଟ ଦେଇ ଆପଣଙ୍କ ନେତା ବାଛନ୍ତୁ। ଧନ୍ୟବାଦ।
Follow Us