ଏହି କଥା ଶୁଣିଲେ ମୁଁ ରାଗିଯାଏ, ସ୍ୱୀକାର କଲେ ଶାହା

Advertisment
ଏହି କଥା ଶୁଣିଲେ ମୁଁ ରାଗିଯାଏ, ସ୍ୱୀକାର କଲେ ଶାହା

Image Courtesy of India Today

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେତେବେଳେ ରାଗିଯାଆନ୍ତି ? ଏକଥା ଆପଣ ଜାଣନ୍ତି କି? ଖୋଦ ଗୃହମନ୍ତ୍ରୀ ଆଜି ସଂସଦରେ କେଉଁ କଥା ଶୁଣିଲେ ରାଗିଯାଆନ୍ତି ବୋଲି କହିଛନ୍ତି | ସୋମବାର ଦିନ ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦପାଧ୍ୟାୟ ଲୋକସଭାରେ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶାହା କହିଛନ୍ତି ଯେ କଶ୍ମୀରକୁ ନେଇ ପ୍ରଶ୍ନ ଆସିଲେ ସେ ରାଗିଯାଇଥାନ୍ତି |

ଅପରାଧିକ ପ୍ରକ୍ରିୟା ( ଚିହ୍ନଟ) ବିଲକୁ ପାରିତ କରିବା ପାଇଁ ସଂସଦରେ ଚାଲିଥିବା ଆଲୋଚନା ସମୟରେ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଏକ 'ମଡେଲ୍ ଜେଲ୍ ମାନୁଆଲ୍' ପ୍ରସ୍ତୁତ କରୁଛନ୍ତି ଯାହା ରାଜ୍ୟକୁ ପଠାଯିବ। ଏହାକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦପାଧ୍ୟାୟ କହିଥିଲେ ଯେ ଯେତେବେଳେ ଆପଣ ଦାଦା (ସୌଗତ ରାୟ) ଙ୍କ ସହ କଥା ହୁଅନ୍ତି, ସେତେବେଳେ ଆପଣ ରାଗିଯାଇ କଥାବାର୍ତ୍ତା କରନ୍ତି |

ଏହାର ଜବାବରେ ଶାହା ହସିଥିଲେ ଓ କହିଥିଲେ ଯେ,'ନା, ନା ... ମୁଁ କାହାକୁ କେବେ ଗାଳି କରେ ନାହିଁ କିମ୍ବା ରାଗେ ନାହିଁ | ମୋର ସ୍ୱର ଟିକିଏ ଉଚ୍ଚ ହୋଇଥିବାରୁ ସମସ୍ତଙ୍କୁ ରାଗିଥିବାର ଲାଗେ | କିନ୍ତୁ ଯେତେବେଳେ କଶ୍ମୀରକୁ ନେଇ ପ୍ରଶ୍ନ ଆସିଥାଏ, ମୁଁ ରାଗିଯାଇଥାଏ' | ଏହି କଥା ଶୁଣିବା ପରେ ସମସ୍ତ ସଦସ୍ୟ ହସିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe