ବିଜେପିର ଦିଲ୍ଲୀ ବିଜୟ ପରେ ଦମ୍ଭ ଦେଖାଇଲେ ଶାହ: କହିଲେ, ଆମେ ୨୦୨୬ରେ ପଶ୍ଚିମବଙ୍ଗ-ତାମିଲନାଡୁରେ ସରକାର ଗଢିବୁ...

ଏକ ଜନସଭାରେ ଖୋଲା ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି- ଆମେ ୨୦୨୫ରେ ଦିଲ୍ଲୀରେ ସରକାର ଗଢିଲୁ । ୨୦୨୬ରେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ବିଜେପି ସରକାର ଗଢିବାକୁ ଯାଉଛି...

ତାମିଲ

Photograph: (sambad.in)

ଚେନ୍ନାଇ: ପଶ୍ଚିମବଙ୍ଗ ପରେ ପୁଣି ତାମିଲନାଡୁରେ ବିଜେପି ସରକାର ଗଢିବା ନେଇ ଦମ୍ଭୋକ୍ତି ଦେଖାଇଲେ ଶାହ । ମଦୁରାଇରେ ଏକ ଜନସଭାରେ ଖୋଲା ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି- ଆମେ ୨୦୨୫ରେ ଦିଲ୍ଲୀରେ ସରକାର ଗଢିଲୁ । ୨୦୨୬ରେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ବିଜେପି ସରକାର ଗଢିବାକୁ ଯାଉଛି । କିଛିଦିନ ତଳେ କୋଲକାତା ଗସ୍ତରେ ଥିବା ଶାହ ପଶ୍ଚିମବଙ୍ଗରେ ଏଥର ପଦ୍ମ ଫୁଟୁଥିବା କହିଥିବା ବେଳେ ପୁଣି ସେହି କଥାକୁ ତାମିଲନାଡୁରେ ଦୋହରାଇ ପଶ୍ଚିମବଙ୍ଗ ସହ ତାମିଲନାଡୁରେ ବି ବିଜେପି ସରକାର ଗଢୁଥିବା ସେ ଦମ୍ଭ ଦେଖାଇଛନ୍ତି ।

ଅଧିକ ପଢନ୍ତୁ-

ଓଡ଼ିଶା ପରେ ବିଜେପି ଫୋକସରେ ପଶ୍ଚିମବଙ୍ଗ: ୨୦୨୬ରେ ସରକାର ଗଢ଼ିବାକୁ ରଣନୀତି, ଶୀର୍ଷ ନେତାଙ୍କ ଘନଘନ ଗସ୍ତ…

ଏଥିସହ ମଦୁରାଇରେ ଷ୍ଟାଲିନ୍ ସରକାରଙ୍କୁ ନିଶାନା କରିଛନ୍ତି ଶାହ । ଦୁର୍ନୀତିର ସବୁ ସୀମା ଟପିଗଲାଣି ଡିଏମକେ ସରକାର । ଗତ ୪ ବର୍ଷ ଭିତରେ ଗରିବଙ୍କୁ ଶୋଷଣ, ବାଲି ଦୁର୍ନୀତି ଭଳି ବଡ ବଡ଼ ସ୍କାମରେ ଲିପ୍ତ ରହିଥିବା ଷ୍ଟାଲିନ୍ ସରକାର ଏଥର ଗାଦି ହରାଉଛି ଆଉ ତାମିଲନାଡୁରେ ବିଜେପି ସରକାର ଗଢୁଛି ବୋଲି କହିଛନ୍ତି ଶାହ ।

ଓଡ଼ିଶା, ହରିୟାଣା, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ବିଜେପିର ବିଜୟ ପରେ ଆତ୍ମବିଶ୍ୱାସ ସହ ଆଗକୁ ବଢୁଥିବା ବିଜେପି ଆସନ୍ତାବର୍ଷ ନିର୍ବାଚନରେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ସରକାର ଗଠନ କରିବାର ଦମ୍ଭୋକ୍ତି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କାରଣ ବିଭିନ୍ନ ରାଜ୍ୟକୁ ଗେରୁଆ କରିବାରେ ସଫଳ ହେଲାଣି ବିଜେପି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe