କେସିଆରଙ୍କ କାରର ଷ୍ଟିୟରିଂ ଓୱେସିଙ୍କ ହାତରେ ଅଛି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

କେସିଆରଙ୍କ କାରର ଷ୍ଟିୟରିଂ ଓୱେସିଙ୍କ ହାତରେ ଅଛି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ହାଇଦ୍ରାବାଦ: ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ କାର୍ଯ୍ୟକାରିଣୀର ଦୁଇ ଦିନିଆ ବୈଠକ ପରେ ହାଇଦ୍ରାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଉପରେ ଆକ୍ରମଣ କରିଛନ୍ତି।ହାଇଦ୍ରାବାଦରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ୟାରେଡ ଗ୍ରାଉଣ୍ଡରେ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା କହିଛନ୍ତି ଯେ କେସିଆରଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ବା ଟିଆରଏସର ଦଳୀୟ ଚିହ୍ନ କାର ହୋଇଥିବାବେଳେ ଏହାର ଷ୍ଟିୟରିଂ ଓୱେସିଙ୍କ ହାତରେ ଅଛି।

ଯେଉଁ ସରକାରର ଷ୍ଟିୟରିଂ ଓୱେସି ଭଳି ଲୋକର ହାତରେ ଅଛି ତାହା ଲୋକଙ୍କ ବିକାଶ କରିପାରିବ କି? ଅମିତ ଶାହା କହିଛନ୍ତି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କୁ ଭୟ କରୁଛନ୍ତି। ସେହିପରି କେସିଆର ଜଣେ ତାନ୍ତ୍ରିକଙ୍କ କଥାରେ ପରିଚାଳିତ ହୁଅନ୍ତି |

ତାନ୍ତ୍ରିକ ଜଣକ କହିଛନ୍ତି ଯେ ଯଦି ସଚିବାଳୟ ଯିବ ତେବେ ସରକାର ଭାଙ୍ଗିଯିବ | ସେଥିପାଇଁ କେସିଆର ୮ ବର୍ଷ ହେଲା ସଚିବାଳୟ ଯାଇନାହାନ୍ତି | ଲୋକଙ୍କ କଲ୍ୟାଣ ପାଇଁ ସଚିବାଳୟ ଯାଉନଥିବା ଲୋକକୁ ମୁଖ୍ୟମନ୍ତ୍ରୀ ହେବାର ଅଧିକାର ନାହିଁ | ସେହିପରି ଶାହା କହିଛନ୍ତି ଯେ କେସିଆର ଆନ୍ଧ୍ରପ୍ରଦେଶକୁ ରାଜନୈତିକ ଲାଭ ପାଇଁ ବିଭକ୍ତ କରି ତିକ୍ତତାର ମଞ୍ଜି ବୁଣିଛନ୍ତି । ଆଜି ଉଭୟ ରାଜ୍ୟ (ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା) ରେ ତିକ୍ତତା ଦେଖାଦେଇଛି, ଏହାର ସବୁଠାରୁ ବଡ କାରଣ ହେଉଛନ୍ତି କେସିଆର |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe