ରାହୁଲଙ୍କୁ ଟାର୍ଗେଟ କଲେ ଶାହ; ଇଟାଲି ଚଷମା କାଢ଼ିଲେ ଆମେ ୮ବର୍ଷରେ କରିଥିବା ବିକାଶ ଦେଖିପାରିବା

Advertisment
ରାହୁଲଙ୍କୁ ଟାର୍ଗେଟ କଲେ ଶାହ; ଇଟାଲି ଚଷମା କାଢ଼ିଲେ ଆମେ ୮ବର୍ଷରେ କରିଥିବା ବିକାଶ ଦେଖିପାରିବା

ନୂଆଦିଲ୍ଲୀ: ବିଦେଶ ଗସ୍ତରେ ଯାଇ ବି ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଭୁଲି ନଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାରତର ବିକାଶ ନେଇ ସେ ମୋଦୀ ସରକାରଙ୍କୁ ବିଦେଶ ମାଟିରେ ସମାଲୋଚନା କରିଥିବା ବେଳେ ଏବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିିତ ଶାହ। ୱାଏନାଡ ସାଂସଦଙ୍କକୁ ତାଙ୍କର 'ଇଟାଲି ଚଷମା' କାଢ଼ିବା ଉଚିତ ଏବଂ ଅରୁଣାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ଦ୍ୱାରା କରାଯାଇଥିବା ବିକାଶମୂଳକ କାର୍ଯ୍ୟ ଦେଖିବା ଉଚିତ୍।

ଅରୁଣାଚଳ ପ୍ରଦେଶ‌‌ର ନାମସାଇ ଜିଲ୍ଲାରେ ୧,୦୦୦ କୋଟି ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଶାହ କହିଥିଲେ ଯେ, କଂଗ୍ରେସ ନେତାମାନେ ପଚାରୁଛନ୍ତି ଯେ, ୮ ବର୍ଷ ମଧ୍ୟରେ କ’ଣ ବିକାଶ ହୋଇଛି। ଏହି ଲୋକମାନେଚେଇଁ ଶୋଇଛନ୍ତି। ରାହୁଲ ବାବା ତାଙ୍କ ଇଟାଲି ଚଷମା କାଢ଼ି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ଦ୍ୱାରା କରାଯାଇଥିବା ବିକାଶମୂଳକ କାର୍ଯ୍ୟକୁ ଦେଖିବା ଉଚିତ୍। ଗତ ଆଠ ବର୍ଷ ମଧ୍ୟରେ ଭିତ୍ତିଭୂମିରେ ଉନ୍ନତି ଆଣିବା, ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ଅରୁଣାଚଳରେ ଅନେକ କାର୍ଯ୍ୟ କରାଯାଇଛି। ଆଠ ବର୍ଷ ମଧ୍ୟରେ ପେମା ଖଣ୍ଡୁ ଏବଂ ନରେନ୍ଦ୍ର ମୋଦୀ ଯେଉଁ କାମ କରିଛନ୍ତି ତାହା ଗତ ୫୦ବର୍ଷ ମଧ୍ୟରେ ହୋଇନଥିଲା। ବିଜେପି ୮ବର୍ଷ ମଧ୍ୟରେ ଅନେକ କିଛି କରିଛି, ଯାହାକୁ କଂଗ୍ରେସ ନେତା ଦେଖିବାକୁ ଚାହୁଁନାହାନ୍ତି ବା ଦେଖି ଅଣଦେଖା କରୁଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe