ମହିଳାଙ୍କ ଉପରେ ନଜର ରଖୁଛନ୍ତି ଶାହ, ମୁଁ ଥାଇଲ୍ୟାଣ୍ଡ ଗଲି ସେ କିଭଳି ଜାଣିଲେ: ପ୍ରିୟଙ୍କାଙ୍କ ପ୍ରଶ୍ନ

ମହିଳାଙ୍କ ଉପରେ ନଜର ରଖୁଛନ୍ତି ଶାହ, ମୁଁ ଥାଇଲ୍ୟାଣ୍ଡ ଗଲି ସେ କିଭଳି ଜାଣିଲେ: ପ୍ରିୟଙ୍କାଙ୍କ ପ୍ରଶ୍ନ

ରାୟବ‌ରେଲି: ଲୋକସଭା ନିର୍ବାଚନର ​​ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହୋଇଛି। ସମସ୍ତ ଦଳର ଷ୍ଟାର ପ୍ରଚାରକମାନେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଅମିତ ଶାହ ଜୀଙ୍କର ଅନେକ ଜ୍ଞାନ ଅଛି, ବିଶେଷ କରି ମହିଳାମାନଙ୍କ ବିଷୟରେ। ସେ ମହିଳାଙ୍କ ଉପରେ ନଜର ରଖୁଛନ୍ତି।

ମୁଁ କୁଆଡେ ଯାଉଥିଲି, ମୁଁ କାହାକୁ ଭେଟୁଥିଲି ତାହାର ଟିକିନିଖି ଖବର ଶାହା ରଖୁଛନ୍ତି। ଏହର କାରଣ କ’ଣ? ଏଥିରେ ତାଙ୍କର କିଛି ଷଡ଼ଯନ୍ତ୍ର ରହିଛି। ମୁଁ ତାଙ୍କୁ କହିବାକୁଚାହେଁ ଯେ ମୁଁ ମୋ ଝିଅକୁ ଭେଟିବା ପାଇଁ ଥାଇଲ୍ୟାଣ୍ଡ ଯାଇଥିଲି। କିନ୍ତୁ ଅମିତ ଶାହ ଜୀ, ମୋତେ କୁହନ୍ତୁ ଆପଣ କିପରି ଏହି ସୂଚନା ପାଇଲେ?

ଏହା ସହିତ ପ୍ରିୟଙ୍କା ସ୍ମୃତି ଇରାନୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ହୃଦୟ ସହିତ ସମ୍ପର୍କ ଗଢ଼ିବା ପାଇଁ ଜନ୍ମ ଜନ୍ମ ବିତିଯାଇଥାଏ। ଲୋକଙ୍କ ହୃଦୟରେ ସ୍ଥାନ ପାଇବା ପାଇଁ ସ୍ମୃତି ଜୀଙ୍କୁ ୪୦ ବର୍ଷ ଦରକାର । ସେ କହିଛନ୍ତି ସ୍ମୃତି ଜୀ ସେବା କରିବାକୁ ଏଠାକୁ ଆସିନାହାନ୍ତି। ଯେତେବେଳେ କି ମୋ ପରିବାର ସ୍ୱାଧୀନତା ପରଠାରୁ ଲୋକଙ୍କ ସେବା କରିବାରେ ନିୟୋଜିତ ଅଛନ୍ତି । ପ୍ରିୟଙ୍କା ନୁକ୍କଡ ସଭାକୁ ସମ୍ବୋଧିତ କରିଥିଲେ। ବିଦ୍ୟୁତ କାଟ୍ ସତ୍ତ୍ବେ ସେ ତାଙ୍କ ଭାଷଣ ଜାରି ରଖିଥିଲେ।

ରାୟବରେଲିରେ ହୋଇଥିବା ସାଧାରଣ ସଭାରେ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ କଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଲୋକଙ୍କୁ ଅବହେଳା କରିଛନ୍ତି ଏବଂ ତାଙ୍କର ରାଜନୈତିକ ଲାଭ ପାଇଁ ସେ ଭାରତବାସୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି। ରାୟବରେଲି ମୋର ଦୁଇ ମା’ଙ୍କ କର୍ମଭୂମି। ସେ କହିଛନ୍ତି ସୋନିଆ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀ ଏଠାରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କ ରାୟବରେଲି ବାସିନ୍ଦାଙ୍କ ପାଇଁ ବହୁ ଅବଦାନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe