ଜମ୍ମୁକଶ୍ମୀର ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ଶାହା, ପ୍ରସ୍ତୁତ କରାଯିବ ସ୍ୱତନ୍ତ୍ର ରଣନୀତି

Advertisment

ଆଉ ଜଣେ ସାଧାରଣ ନାଗରିକଙ୍କୁ ଗୁଳିମାଡ କଲେ ଆତଙ୍କବାଦୀ

ଆଉ ଜଣେ ସାଧାରଣ ନାଗରିକଙ୍କୁ ଗୁଳିମାଡ କଲେ ଆତଙ୍କବାଦୀ

ଜମ୍ମୁକଶ୍ମୀର ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ଶାହା, ପ୍ରସ୍ତୁତ କରାଯିବ ସ୍ୱତନ୍ତ୍ର ରଣନୀତି

ଶ୍ରୀନଗର: ଅଶାନ୍ତ ହେବାରେ ଲାଗିଛି ଜମ୍ମୁକଶ୍ମୀର | ଏବେ ଆତଙ୍କବାଦୀ ଟାର୍ଗେଟ କିଲିଂ କରୁଥିବାବେଳେ ଏହାକୁ ନେଇ ଭୟର ବାତାବରଣ ଖେଳିଯାଇଛି | ଗତକାଲି କୁଲଗାମରେ ଜଣେ ହିନ୍ଦୁ ଶିକ୍ଷୟତ୍ରୀ ରଜନୀ ବାଲାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଆଜି ମଧ୍ୟ ଆତଙ୍କବାଦୀମାନେ ଶୋପିଆନ୍‌ର ଜଣେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କୁ ଗୁଳିମାଡ ହୋଇଥିବାବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ଅଛି | ସୁରକ୍ଷା ବାହିନୀ ବର୍ତ୍ତମାନ ଏହି ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛନ୍ତି |

ସୂଚନା ଅନୁଯାୟୀ, ଶୋପିଆନର କିଗାମ ଅଞ୍ଚଳର ଫାରୁକ୍ ଅହମ୍ମଦ ଶେଖ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଜମ୍ମୁକଶ୍ମୀର ପୁଲିସ କହିଛି ଯେ ତାଙ୍କ ଗୋଡରେ ଆଘାତ ଲାଗିଛି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଉପତ୍ୟକାରେ ଟାର୍ଗେଟ କିଲିଂ ବଢ଼ୁଥିବାରୁ ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୩ ତାରିଖ ଦିନ ଏକ ସମୀକ୍ଷା ବୈଠକ ଡାକିଛନ୍ତି।

ଗୃହମନ୍ତ୍ରୀଙ୍କ ସହ ବୈଠକରେ ଜମ୍ମୁକଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ବ୍ୟତୀତ ବହୁ ବରିଷ୍ଠ ଅଧିକାରୀ ଯୋଗଦେବେ। କୁହାଯାଉଛି ଯେ ଏହି ବୈଠକରେ କିଭଳି ଟାର୍ଗେଟ କିଲିଂକୁ ରୋକିହେବ ସେ ନେଇ ଆଲୋଚନା ହେବ ସହ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe