ଇସଲାମାବାଦ:ପାକିସ୍ତାନର ଶାହବାଜ ସରିଫ ସରକାରଙ୍କ ଏକ ନିଷ୍ପତ୍ତି ରାଜନୈତିକ ଝଡ଼ ସୃଷ୍ଟି କରିଛି। ପ୍ରକୃତରେ, ଶାହବାଜଙ୍କ ସରକାର ପାକିସ୍ତାନରେ ବାଲ୍ୟବିବାହ ବନ୍ଦ କରିବା ପାଇଁ ଏକ ଆଇନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅନୁଯାୟୀ, ୧୮ ବର୍ଷରୁ କମ୍ ବୟସର ଝିଅମାନଙ୍କୁ ବିବାହ କରିବା ଏବଂ ବିବାହ କରାଇବାକୁ ଅପରାଧ ବୋଲି ବିବେଚନା କରାଯିବ।

Advertisment

ସ୍ଥାନୀୟ ମୌଳବାଦୀ ନେତାମାନେ ଶାହବାଜର ଏହି ଆଇନକୁ ବିରୋଧ କରୁଛନ୍ତି। ଏହି ନେତାମାନେ କୁହନ୍ତି ଯେ, ଏହି ଆଇନକୁ ପ୍ରଥମେ ଇସଲାମିକ୍ ପରିଷଦକୁ ପଠାଯିବା ଉଚିତ୍। ଯଦିପରିଷଦ ପକ୍ଷରୁ କୁହାଯାଏ ଯେ, ଏହି ଆଇନ ଠିକ୍, ତେବେ ସରକାର ଏହାକୁ ପାରିତ କରାଇବା ଉଚିତ୍। ପୂର୍ବତନ ଗୃହମନ୍ତ୍ରୀ ଫଜଲ ଉର ରେହମାନଙ୍କ ନେତୃତ୍ୱରେ ଏହି ପ୍ରତିବାଦ କରାଯାଇଛି।

ପାକିସ୍ତାନ ସରକାର କମ୍ ବୟସରେ ଝିଅମାନଙ୍କ ବିବାହକୁ ନେଇ ଚିନ୍ତିତ। ଏହାକୁ ବନ୍ଦ କରିବା ପାଇଁ, ସରକାର ଏକ ବାଲ୍ୟ ବିବାହ ଆଇନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ସଂସଦରେ ଏହି ଆଇନ ଗୃହୀତ ହେବା ମାତ୍ରେ, ପାକିସ୍ତାନରେ ୧୮ ବର୍ଷରୁ କମ୍ ବୟସର ଝିଅମାନଙ୍କୁ ବିବାହ କରିବା ଏକ ଅପରାଧ ବୋଲି ବିବେଚନା କରାଯିବ।

ପାକିସ୍ତାନ ସରକାର ଏବଂ ପୁଲିସ ଏପରି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ।  ଜାତିସଂଘ ଅନୁଯାୟୀ, ବର୍ତ୍ତମାନ ପାକିସ୍ତାନରେ ୧ କୋଟି ୯୦ ଲକ୍ଷ ବାଳିକାବଧୂ ଅଛନ୍ତି।

ପାକିସ୍ତାନରେ ଏହି ଆଇନକୁ ନେଇ ବିରୋଧ ହୋଇଛି। ପୂର୍ବତନ ଗୃହମନ୍ତ୍ରୀ ଫଜଲ ଉର ରେହମାନ ସଂସଦରେ କହିଥିଲେ ଯେ ଭାରତ ସହିତ ଉତ୍ତେଜନା ଥିବା ସମୟରେ ଏହି ଆଇନ ଅଣାଯାଇଛି। ସରକାର ଏକତା ବିଷୟରେ କହୁଛନ୍ତି, କିନ୍ତୁ ଏହି ଆଇନ ଆମକୁ ବିଭାଜିତ କରିବ।

ଅଧିକ ପଢ଼ନ୍ତୁ:  ନେତାନ୍ୟାହୁଙ୍କ ଗାଜା ଦଖଲ ଯୋଜନା ବିଫଳ!: ଇସ୍ରାଏଲକୁ ବିରୋଧ କଲେ ୨୨ ଅଣମୁସଲିମ ଦେଶ, ବ୍ରିଟେନ ଏବଂ ଫ୍ରାନ୍ସ ଦେଲେ ଖୋଲା ଧମକ

ଫଜଲ ଉର କହିଛନ୍ତି ଯେ, ପାକିସ୍ତାନର ଲୋକମାନେ ଏହି ଆଇନକୁ ଗ୍ରହଣ କରିପାରିବେ ନାହିଁ। ଏପରି ପରିସ୍ଥିତିରେ, ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଯଦି ସରକାର ଏହାକୁ ପ୍ରତ୍ୟାହାର ନ କରନ୍ତି, ତେବେ ରାସ୍ତାରେ ପ୍ରଦର୍ଶନ ହେବ ବୋଲି ଚେତାବନୀ ଦିଆଯାଇଛି।

ସୂଚନାଯୋଗ୍ୟ,ଜମାତ-ଏ-ଇସଲାମି ଦଳର ମୁଖ୍ୟ ଫଜଲ ଉରଙ୍କୁ ପାକିସ୍ତାନୀ ରାଜନୀତିରେ ଜଣେ ମୌଳବାଦୀ ନେତା ଭାବରେ ଗଣନା କରାଯାଏ।

ଅଧିକ ପଢ଼ନ୍ତୁ: ଅଦିନିଆ ବର୍ଷାରେ ବେହାଲ ହେଲା ଆସାମ: ତ​ଳିଆ ଅଞ୍ଚଳରେ ବେକେ ପାଣି, ବାତିଲ ହେଲା ଅନେକ ସ୍କୁଲର ପରୀକ୍ଷା...

pakistan | child-marriage