Advertisment

Pakistan: ସରିଫ-ମୁନିର ପାଲେଷ୍ଟାଇନଙ୍କ ରକ୍ତର ସୌଦାଗର: ପାକିସ୍ତାନ ସରକାରଙ୍କୁ ଇହୁଦୀ ଏଜେଣ୍ଟ କହିଲେ କେପି ମୁଖ୍ୟମନ୍ତ୍ରୀ

Advertisment
New Project (5)

PAK Photograph: (sambad.in)

ଇସଲାମାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ବୋର୍ଡରେ ଯୋଗଦେବା ପରେ ପାକିସ୍ତାନର ଶାହବାଜ ସରିଫ ସରକାର ଆଭ୍ୟନ୍ତରୀଣ ଚାପର ସମ୍ମୁଖୀନ ହେବାରେ ଲାଗିଛନ୍ତି। ପାକିସ୍ତାନର ବିରୋଧୀ ଦଳଗୁଡ଼ିକ ଏହାକୁ ଆମେରିକା ନିକଟରେ ମୁଣ୍ଡ ନୁଆଁଇ ପାଲେଷ୍ଟାଇନଙ୍କ ରକ୍ତର ବ୍ୟବସାୟ କରିବା ସହିତ ସମାନ ବୋଲି କହିଛନ୍ତି। ଖାଇବର ପଖତୁନଖ୍ୱା(କେପି) ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ଏହାକୁ ମୁସଲିମ ସମ୍ପ୍ରଦାୟ ପ୍ରତି ବିଶ୍ୱାସଘାତକତା ବୋଲି କହିଛନ୍ତି। ଆଫ୍ରିଦି କହିଛନ୍ତି, ଶାହବାଜ ସରିଫ ସରକାର ଓ ଅସୀମ ମୁନିରଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦ।ଇମ୍ରାନ ଖାନଙ୍କ ଦଳ ପିଟିଆଇର ଜଣେ ପ୍ରମୁଖ ନେତା ଆଫ୍ରିଦି କହିଛନ୍ତି, ଏହି ଚୁକ୍ତି ସ୍ୱାକ୍ଷର କରି ଶାହବାଜ ସରିଫ ଓ ଅସୀମ ମୁନିର ପାଲେଷ୍ଟାଇନମାନଙ୍କ ଜୀବନ ଅପେକ୍ଷା ରାଜନୈତିକ ସ୍ୱାର୍ଥକୁ ପ୍ରାଥମିକତା ଦେଇଛନ୍ତି। ଡାଭୋସରେ ଟ୍ରମ୍ପଙ୍କ ବୋର୍ଡରେ ଯୋଗ ଦେଇ ଶାହବାଜ ସରିଫ ଗାଜା ଲୋକଙ୍କ ରକ୍ତର ବ୍ୟବସାୟ କରିଛନ୍ତି ଓ ମୁସଲିମ୍ ଭାଇଚାରାର ଚିନ୍ତାଧାରାକୁ ମଧ୍ୟ ବିକ୍ରି କରିଛନ୍ତି

ମୁସଲମାନ୍‌ଙ୍କ ଚିନ୍ତାଧାରା ବିରୋଧୀ ପଦକ୍ଷେପ

ଆଫ୍ରିଦି କହିଛନ୍ତି, ଅନ୍ତର୍ଜାତୀୟ ଚୁକ୍ତିନାମା ପୂର୍ବରୁ ପାକିସ୍ତାନର ଲୋକମାନଙ୍କୁ ଏନେଇ ଅବଗତ କରାଯିବା ଉଚିତ ଥିଲା। କିନ୍ତୁ ଏହା କରାଯାଇ ନଥିଲା। କାହାକୁ ନ ଜଣାଇ ଏହି ପଦକ୍ଷେପ ନିଆଯାଇଥିଲା। ଯାହା ପାକିସ୍ତାନୀଙ୍କ ସ୍ୱାଭିମାନ ଓ ବିଶ୍ୱବ୍ୟାପୀ ମୁସଲିମ୍ ସମ୍ପ୍ରଦାୟଙ୍କର ଭାବନାକୁ ଆଘାତ ଦେଇଛି। ଆଫ୍ରିଦି କହିଛନ୍ତି, ଏଭଳି ଦୋମୁହାଁ ଲୋକ ଇମ୍ରାନ ଖାନଙ୍କୁ ଇହୂଦୀ ଏଜେଣ୍ଟ ବୋଲି କହୁଛନ୍ତି। ପ୍ରକୃତରେ ସେମାନେ ହିଁ ଇହୂଦୀ ଏଜେଣ୍ଟ ଭାବେ ଟ୍ରମ୍ପଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ଇମ୍ରାନ ଖାନଙ୍କୁ ଜାୟୋନିଷ୍ଟ ଏଜେଣ୍ଟ ବୋଲି କହୁଥିବା ଶାହବାଜ ସରିଫ ଓ ଅସୀମ ମୁନିର ଶାନ୍ତି ବୋର୍ଡରେ ସ୍ୱାକ୍ଷର କରି ବିଶ୍ୱକୁ ପ୍ରଦର୍ଶନ କରିଛନ୍ତି ଯେ, ସେମାନେ ପ୍ରକୃତରେ ଇସ୍ରାଏଲର ଏଜେଣ୍ଟ। କେପି ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ଆମ ନେତା ଇମ୍ରାନ ଖାନ ଜେଲ୍‌ରେ ନଥାନ୍ତେ, ତେବେ ସେ କେବେ ବି ପାଲେଷ୍ଟାଇନମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବାକୁ ଦେଇନଥାନ୍ତେ।

ନିଜ ଘରେ କୋଣଠେସା ଶାହବାଜ ସରିଫ

ଗାଜା ଶାନ୍ତି ବୋର୍ଡରେ ପାକିସ୍ତାନର ଅଂଶଗ୍ରହଣକୁ ନେଇ ପାକିସ୍ତାନର ବିରୋଧୀ ଦଳଗୁଡ଼ିକ ବିରୋଧ କରିଛନ୍ତି। ବିରୋଧୀ ନେତାମାନେ କହିଛନ୍ତି ଯେ, ଏହା ପାଲେଷ୍ଟାଇନମାନଙ୍କ ପ୍ରତି ବିଶ୍ୱାସଘାତକତା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ଶାହବାଜ ସରିଫଙ୍କ ସରକାରଙ୍କ ଆତ୍ମସମର୍ପଣ । ଶାହବାଜ ସରକାର ନିଜର ପଦକ୍ଷେପକୁ ସୁରକ୍ଷା କରି କହିଛନ୍ତି, ଯଦି ପାକିସ୍ତାନ ଏହି ଫୋରମରୁ ବାହାରେ ରହିଥାନ୍ତା , ତେବେ ଦେଶ ଏକୁଟିଆ ହୋଇଯାଇଥାନ୍ତା। ବର୍ତ୍ତମାନ, ବିରୋଧୀ ଦଳ ଅଂଶଗ୍ରହଣକୁ ସମାଲୋଚନା କରୁଛନ୍ତି। ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଗାଜା ଶାନ୍ତି ବୋର୍ଡରେ ଯୋଗଦାନ ପାଲେଷ୍ଟାଇନମାନଙ୍କ ବିରୋଧରେ ଅତ୍ୟାଚାର ବନ୍ଦ କରିବା ପାଇଁ ସୁଚିନ୍ତିତ ଭାବେ ଗ୍ରହଣ କରାଯାଇଥିବା ଏକ ପଦକ୍ଷେପ।

ଟ୍ରମ୍ପଙ୍କ ଶାନ୍ତି ବୋର୍ଡ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡାଭୋସରେ ଶାନ୍ତି ବୋର୍ଡର ଶୁଭାରମ୍ଭ କରିଥିଲେ। ପାକିସ୍ତାନ, ଇଣ୍ଡୋନେସିଆ, ତୁର୍କୀ, ଆର୍ଜେଣ୍ଟିନା ଓ ହଙ୍ଗେରୀ ସମେତ ୧୯ ଟି ଦେଶର ନେତା ଓ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଟ୍ରମ୍ପ ଏହି ଫୋରମକୁ କେବଳ ଗାଜାରେ ନୁହେଁ ବରଂ ସାରା ବିଶ୍ୱରେ ଦ୍ୱନ୍ଦ୍ୱ ସମାଧାନ ପାଇଁ ଏକ ମଞ୍ଚ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe