ଶାହିନବାଗ୍ କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ: ଧାରଣାରେ ବସିବା ପାଇଁ ସର୍ବସାଧାରଣ ସ୍ଥାନ ଦଖଲ କରିବା ଗ୍ରହଣୀୟ ନୁହେଁ

ଶାହିନବାଗ୍ କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ: ଧାରଣାରେ ବସିବା ପାଇଁ ସର୍ବସାଧାରଣ ସ୍ଥାନ ଦଖଲ କରିବା ଗ୍ରହଣୀୟ ନୁହେଁ

aajtak

ନୂଆଦିଲ୍ଲୀ: ଦିଲ୍ଲୀର ଶାହିନ୍ ବାଗରେ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ)ନେଇ କରାଯାଇଥିବା ବିରୋଧ ପ୍ରଦର୍ଶନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଅଦାଲତ କହିଛନ୍ତି ଯେ, ଶାହିନ୍ ବାଗ ବା ଅନ୍ୟ ସର୍ବସାଧାରଣ ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରଦର୍ଶନ କରାଯାଇପାରିବ ନାହିଁ । ଲୋକମାନଙ୍କର ଯିବା-ଆସିବାର ଅଧିକାର ବନ୍ଦ ହୋଇପାରିବ ନାହିଁ । ବିରୋଧ କରିବାର ଅଧିକାର ଏବଂ ଯିବା-ଆସିବାର ଅଧିକାର ମଧ୍ୟରେ ସନ୍ତୁଳନ ରହିବାର ଆବଶ୍ୟକତା ରହିଛି । ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ପ୍ରତିବାଦ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୦୧୯ରେ କେନ୍ଦ୍ର ସରକାର ସଂସଦରେ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ବିଲ୍ ପାସ କରିଥିଲେ, ଯେଉଁଥିରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା । ଧର୍ମ ଆଧାରରେ ଏହି ଆଇନ ବଣ୍ଟନ କରାଯାଇଥିବା ଦାବି କରି ଦିଲ୍ଲୀରୁ ଶାହିନ୍ ବାଗ ପର୍ଯ୍ୟନ୍ତ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଶାହିନ୍ ବାଗରେ ବସି ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। କିନ୍ତୁ ପରେ କରୋନା ମହାମାରୀ ଆସିବା ସହ ଲକଡାଉନ ଆରମ୍ଭ ହେବାରୁ ଲୋକେ ଧାରଣାରୁ ଉଠିଥିଲେ।

Occupying public place for protests not acceptable: Supreme Court on petitions on Shaheen Bagh protests : DoordarshanNews Doordarshan

ଆଜି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏହାର ଶୁଣାଣି କରି ସର୍ବସାଧାରଣ ସ୍ଥାନ ଏବଂ ରାସ୍ତା ଅନିର୍ଦ୍ଦିଷ୍ଟ କାଳ ପାଇଁ ଦଖଲ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯିବା ଉଚିତ୍ | ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଯାତ୍ରା କରିବାର ଅଧିକାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe