Image Source: Zee News
ନୂଆଦିଲ୍ଲୀ: ଗୁରୁବାର ଦିନ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ ଦେଶ ବିରୋଧରେ ଷଡ଼ଯନ୍ତ୍ର କରିବାକୁ ଶାହୀନ୍ବାଗ୍କୁ ବ୍ୟବହାର କରାଯାଉଛି। ପୂର୍ବରୁ ସେ ଶାହୀନ୍ବାଗ୍ରେ ଚାଲିଥିବା ‘ସିଏଏ’ ବିରୋଧୀ ପ୍ରତିବାଦକୁ ଖିଲାଫତ୍ ଆନ୍ଦୋଳନ ସହ ତୁଳନା କରିଥିଲେ।
ଟୁଇଟ୍ କରି ଏହି ବରିଷ୍ଠ ବିଜେପି ନେତା କହିଛନ୍ତି ଯେ ୫୦ ଦିନର ଅଧିକ ହେବ ‘ସିଏଏ ବିରୋଧୀ’ସ୍ଥଳ ପାଲଟି ଥିବା ଶାହୀନ୍ବାଗ୍ ଆତ୍ମଘାତୀ ବୋମାବିସ୍ଫୋରଣକାରୀ ଉତ୍ପାଦନ ନିମନ୍ତେ ବ୍ୟବହାର ହେଉଛି। ଦେଶର ରାଜଧାନୀରେ ଦେଶ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି।
ଟୁଇଟ୍ ସହ ସେ ଦିଲ୍ଲୀର କାଳିନ୍ଦୀକୁଞ୍ଜ ଅଞ୍ଚଳରେ ଥିବା ଶାହୀନ୍ବାଗ୍ ଅଞ୍ଚଳରେ ଥିବା ପ୍ରତିବାଦକାରୀଙ୍କ ଏକ ଭିଡିଓ ମଧ୍ୟ ସେୟାର୍ କରିଛନ୍ତି।
Image Source: Zee News’ସିଏଏ ବିରୋଧୀ’ ପ୍ରତିବାଦକାରୀମାନେ ନିର୍ଦ୍ଧାରିତ ଧାରା ଦେଇ ଆସିଲେ କେନ୍ଦ୍ର ସରକାର ସେମାନଙ୍କ ସହ ଗଠନମୂଳକ ଆଲୋଚନା କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିବାର ଦିନକ ପରେ ମନ୍ତ୍ରୀ ଗିରିରାଜ ଏ କଥା କହିଛନ୍ତି।
‘ସିଏଏ’ ଓ ‘ଏନ୍ଆର୍ସି’ ବିରୋଧରେ ପ୍ରତିବାଦ ଚଳାଇଥିବା ସବୁ ବର୍ଗର ଲୋକଙ୍କ ନିକଟରେ ପହଞ୍ଚି ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବୁଧବାର ଦିନ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘୋଷଣା କରିଥିଲେ।
Follow Us