ଶାହିନବାଗ୍‌ରେ ମଧ୍ୟସ୍ଥିଙ୍କ ମତ: ଆନ୍ଦୋଳନ ଚାଲୁ, ରାସ୍ତା ବି ଖୋଲୁ

Advertisment

ଆଲୋଚନା ବିଫଳ ହେଲେ ମାମଲା ପୁଣି ସୁପ୍ରିମ୍‌ କୋର୍ଟ ଯିବ

ଆଲୋଚନା ବିଫଳ ହେଲେ ମାମଲା ପୁଣି ସୁପ୍ରିମ୍‌ କୋର୍ଟ ଯିବ

ଶାହିନବାଗ୍‌ରେ ମଧ୍ୟସ୍ଥିଙ୍କ ମତ: ଆନ୍ଦୋଳନ ଚାଲୁ, ରାସ୍ତା ବି ଖୋଲୁ

ନୂଆଦିଲ୍ଲୀ: ଶାହିନ୍‌ବାଗ ଆନ୍ଦୋଳନକାରୀଙ୍କ ସହ ଆଜି ଦ୍ବିତୀୟ ପର୍ଯ୍ୟାୟରେ କଥା‌ ହୋଇଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ମଧ୍ୟସ୍ଥି ଆଇନଜୀବୀ ସଂଜୟ ହେଗଡ଼େ ଏବଂ ସାଧନା ରାମଚନ୍ଦ୍ରନ । ଗଣମାଧ୍ୟମ ଉପସ୍ଥିତିରେ ଆଲୋଚନା ପାଇଁ ବାଧ୍ୟ କରାଯିବାରୁ ଆନ୍ଦୋଳନକାରୀଙ୍କ ବ୍ୟବହାରରେ ମଧ୍ୟସ୍ଥି କ୍ଷୁବ୍ଧ ହୋଇଥିଲେ। ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରି ବରିଷ୍ଠ ଆଇନଜୀବୀ ହେଗଡ଼େ କହିଥିଲେ, ଶାହିନବାଗ୍‌ ଏବେ ଦେଶରେ ଆନ୍ଦୋଳନର ଏକ ଉଦାହରଣ ହୋଇଛି। କିନ୍ତୁ ଏହି ଆନ୍ଦୋଳନ ଅନ୍ୟ କାହାପାଇଁ ‌ଯେମିତି ଅସୁବିଧା‌ ସୃଷ୍ଟି ନକରେ ସେ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ। ‘ଆମେ ଏଠାକୁ ଆପଣମାନଙ୍କ ପାଇଁ ଲଢ଼ିବାକୁ ଆସିଛୁ। ଆନ୍ଦୋଳନ ସ୍ଥଳ ବଦଳାଇ ଦେଲେ ଲଢ଼େଇ ବନ୍ଦ ହୋଇଯିବ ନାହିଁ। ଅନେକ ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିଛନ୍ତି, ଯାଇଛନ୍ତି। ବେଳେବେଳେ କିଛି ପଦକ୍ଷେପକୁ ନେଇ ଅସନ୍ତୋଷ ଉପୁଜିପାରେ। ଆପଣମାନେ ଯାହା କହୁଛନ୍ତି, ତାହା ସମଗ୍ର ଦେଶ ଶୁଣୁଛି ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ଶୁଣୁଛନ୍ତି ବୋଲି ହେଗଡ଼େ କହିଥିଲେ। ଏହି ଆନ୍ଦୋଳନ ଅନ୍ୟମାନଙ୍କ ପାଇଁ ଅସୁବିଧା ନହେଉ ବୋଲି ସେ ଗୁରୁତ୍ବାରୋପ କରିଥିଲେ।

ଆନ୍ଦୋଳନକାରୀମାନେ ଆଜି ପୁଣି ସିଏଏ ପ୍ରତ୍ୟାହାର ପାଇଁ ଦାବି ରଖିବା ସହ ଆନ୍ଦୋଳନ ଜାରି ରହିବ ବୋଲି କହିବାରୁ ସାଧନା ରାମଚନ୍ଦ୍ରନ କହିଥିଲେ ଯେ ଯଦି ଆଲୋଚନା ବିଫଳ ହୁଏ ତା’ହେଲେ ମାମଲା ପୁଣି ସୁପ୍ରିମ୍‌ କୋର୍ଟ ଯିବ। ଆନ୍ଦୋଳନ ଚାଲୁ ରହିବା ସହ ରାସ୍ତା ବି ଖୋଲିବା ଦରକାର ବୋଲି ସେ କହିଥିଲେ। ସେମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି ଏବଂ ସେମାନେ ଦେଶରେ ସୁରକ୍ଷିତ ଅଛନ୍ତି। ମାମଲା ଏବେ ସୁପ୍ରିମକୋର୍ଟରେ ଥିବାରୁ ଏ ସମ୍ପର୍କରେ କୋର୍ଟଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ଆବଶ୍ୟକ ବୋଲି ରାମଚନ୍ଦ୍ରନ କହିଥିଲେ। ତେବେ ଦ୍ବିତୀୟ ଦିନରେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାରି ପାରିନଥିବାରୁ ଆସନ୍ତାକାଲି କେ‌ବଳ ଶାହିନ ବାଗ୍‌ ପ୍ରତିନିଧିଙ୍କ ସହ ଆଲୋଚନା ହେବ ବୋଲି ଦୁଇ ମଧ୍ୟସ୍ଥି ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe