ଏହି କାରଣରୁ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ଭାରତୀୟ ପତାକା ଉଡାଇଥିଲେ ଆଫ୍ରିଦିଙ୍କ ଝିଅ

Advertisment
ଏହି କାରଣରୁ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ଭାରତୀୟ ପତାକା ଉଡାଇଥିଲେ ଆଫ୍ରିଦିଙ୍କ ଝିଅ

ନୂଆଦିଲ୍ଲୀ: ଏସିଆ କପ-୨୦୨୨ରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିବା ଦିନ ଦୁଇ ଦେଶର କ୍ରିକେଟରଙ୍କ ପ୍ରଶଂସକ ଷ୍ଟାଡିୟମରେ ପହଞ୍ଚିଥିଲେ। ଦୁଇ ଦେଶର ଜାତୀୟ ପତାକା ଧରି କ୍ରିକେଟ ପ୍ରେମୀ ନିଜ ନିଜର ଟିମକୁ ସମର୍ଥନ କରୁଥିବା ଦେଖାଯାଇଥିଲା। ହେଲେ ଏବେ ମ୍ୟାଚ୍ ସରିବା ପରେ ଏବେ ଆଶ୍ଚର୍ଯ୍ୟ କଲା ଭଳି କଥା ସାମ୍ନାକୁ ଆସିଛି। ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଝିଅ ଭାରତ-ପାକିସ୍ତାନ ମ୍ୟାଚ୍ ଚାଲିଥିବା ବେଳେ ପାକିସ୍ତାନ ପରିବର୍ତ୍ତେ ଭାରତର ଜାତୀୟ ପତାକା ଧରିଥିଲେ ବୋଲି ସାମ୍ନାକୁ ଆସିଛି। ତେବେ ଏହି କଥାକୁ ଅନ୍ୟ କେହି ନୁହନ୍ତି ବରଂ ନିଜେ ଆଫ୍ରିଦି ସମସ୍ତଙ୍କ ସାମ୍ନାକୁ ଆଣିବା ସହ ଭାଇରାଲ ଭିଡିଓରେ ତାଙ୍କ ଝିଅ ଭାରତର ଜାତୀୟ ପତାକା ଧରିଥିବା ନିଶ୍ଚିତ କରିଛନ୍ତି।

ତେବେ ଏହା ପଛର କାରଣ ମଧ୍ୟ ସେ ଜଣାଇଛନ୍ତି। ଆଫ୍ରିଦି ପ୍ରକାଶ କରିଛନ୍ତି ଯେ ଦୁବାଇ ଷ୍ଟାଡିୟମରେ ସେ ସମୟ‌ରେ ପାକିସ୍ତାନର ଜାତୀୟ ପତାକା ଅଭାବ ଥିବାରୁ ମ୍ୟାଚ୍ ସମୟରେ ତାଙ୍କ ଝିଅକୁ ଭାରତର ଜାତୀୟ ପତାକା ଧରି ଉଡ଼ାଇବାକୁ ପଡ଼ିଥିଲା। ମୋ ପତ୍ନୀ ମୋତେ କହିଥିଲେ ଯେ ଷ୍ଟାଡିୟମରେ ପ୍ରାୟ ୧୦% ପାକିସ୍ତାନୀ ପ୍ରଶଂସକ ଥିବା ବେଳେ ଅନ୍ୟମାନେ ଭାରତୀୟ ପ୍ରଶଂସକ ଥିଲେ। ସେଠାରେ ପାକିସ୍ତାନୀ ପତାକା ଉପଲବ୍ଧ ନଥିଲା ତେଣୁ ମୋର ସାନ ଝିଅ ଭାରତୀୟ ପତାକା ଉଡ଼ାଉ ଥିଲା। ମୋତେ ଭିଡିଓଟି ମିଳିବା ପରେ ଏହାକୁ lସୋସିଆଲ ମିଡିଆରେ ସେୟାର କରିବି କି ନାହିଁ ମୁଁ ନିଶ୍ଚିତ ନଥିଲି।

ତେବେ ଏସିଆ କପ୍-୨୦୨୨ରେ ଭାରତ ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିବାବେଳେ ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ରବିବାର ଷଷ୍ଠ ଏସିଆ କପ୍ ଟାଇଟଲ୍ ନିଜ ନାଁରେ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe