ସହିଦ ଲକ୍ଷ୍ମଣ ନାୟକଙ୍କ ଗାଁ ଅବହେଳା ପ୍ରସଙ୍ଗ : ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ତାଗିଦ୍‌

Advertisment
ସହିଦ ଲକ୍ଷ୍ମଣ ନାୟକଙ୍କ ଗାଁ ଅବହେଳା ପ୍ରସଙ୍ଗ : ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ତାଗିଦ୍‌

photo by : WikiVisually

ନୂଆଦିଲ୍ଲୀ : ସହିଦ ଲକ୍ଷ୍ମଣ ନାୟକଙ୍କ କୋରାପୁଟ ସ୍ଥିତ ତେନ୍ତୁଳିଗୁମା ଗାଁ ଅବହେଳା ପ୍ରସଙ୍ଗରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚଆରସି) ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ତାଗିଦ୍‌ କରିଛନ୍ତି। ୬ ସପ୍ତାହ ମଧ୍ୟରେ ଜବାବ ଦାଖଲ କର, ନଚେତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ସହିଦ ଲକ୍ଷ୍ମଣ ନାୟକଙ୍କ ତେନ୍ତୁଳିଗୁମା ଗାଁ ଅବହେଳା ପ୍ରସଙ୍ଗ‌ରେ ଜାତୀୟ ମାନବାଧିକାର ଆୟୋଗରେ ପିଟିସନ୍‌ ଦାଖଲ କରାଯାଇଥିଲା। ଶ୍ରୀତ୍ରିପାଠୀଙ୍କ ପିଟିସନ୍‌କୁ ଗ୍ରହଣ କରି ଏନ୍‌ଏଚଆରସି ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ୬ ସପ୍ତାହରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟ ସୀମାରେ ରାଜ୍ୟ ସରକାର କୌଣସି ପଦ‌କ୍ଷେପ ନେଇନଥିବାରୁ ପୁଣିଥରେ ଆବେଦନକାରୀଙ୍କ ପକ୍ଷରୁ ପିଟିସନ୍‌ ଦାଖଲ କରାଯାଇ ତେନ୍ତୁଳିଗୁମା ଗାଁରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ ମାନବ ଅଧିକାର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରାଯାଇଥିଲା। ସେ ମାମଲାର ତଦନ୍ତ ସହ ଆୟୋଗର ବରି‌ଷ୍ଠ ଅଧିକାରୀ ଟିମ୍‌କୁ ଅଞ୍ଚଳକୁ ପଠାଇବାପାଇଁ ଦାବି କରିଥିଲେ। ଏନ୍‌ଏଚଆରସି ୪ ସପ୍ତାହ ମଧ୍ୟ‌ରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜବାବ ଦାଖଲ ନହେବାରୁ ଏନ୍‌ଏଚ୍‌ଆରସି ପୁଣିଥରେ ଏହି ମାମଲାରେ ନୋଟିସ୍‌ କରିଛନ୍ତି। ଯଦି ରାଜ୍ୟର ମୁଖ୍ୟ ଶାସନ ସଚିବ ୬ ସପ୍ତାହ ମଧ୍ୟରେ ଜବାବ ଦାଖଲ ନକରନ୍ତି, ତାଙ୍କ ବିରୋଧରେ ମାନବ ଅଧିକାର ସୁରକ୍ଷା ଆଇନ ୧୯୯୩ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚଆରସି) ‌ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe