ଦିଲ୍ଲୀ ଦଙ୍ଗାବେଳେ ପୁଲିସକୁ ପିସ୍ତଲ ଦେଖାଇଥିବା ଶାହରୁଖକୁ ଅନ୍ତରୀଣ ଜାମିନ

୨୦୨୦ ଉତ୍ତର ପୂର୍ବ ଦିଲ୍ଲୀ ଦଙ୍ଗା ବେଳେ ପୁଲିସକୁ ପିସ୍ତଲ ଦେଖାଇଥିବା କନେଷ୍ଟବଳ ଶାହାରୁଖ ପଠାନକୁ ୧୫ ଦିନର ଅନ୍ତରୀଣ ଜାମିନ ମିଳିଛି। ଦିଲ୍ଲୀର କରକରଡୁମା କୋର୍ଟ ଶାହାରୁଖର ବାପାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଆଧାର କରି ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ୨୦୨୦ ଏପ୍ରିଲ ୩ ତାରିଖରୁ ସେ ହାଜତରେ ଅଛି।

delhi

ନୂଆଦିଲ୍ଲୀ: ୨୦୨୦ ଉତ୍ତର ପୂର୍ବ ଦିଲ୍ଲୀ ଦଙ୍ଗାରେ ପୁଲିସକୁ ପିସ୍ତଲ ଦେଖାଇଥିବା କନେଷ୍ଟବଳ ଶାହାରୁଖ ପଠାନକୁ ୧୫ ଦିନର ଅନ୍ତରୀଣ ଜାମିନ ମିଳିଛି। ଦିଲ୍ଲୀର କରକରଡୁମା କୋର୍ଟ ଶାହାରୁଖର ବାପାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଆଧାର କରି ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ୨୦୨୦ ଏପ୍ରିଲ ୩ ତାରିଖରୁ ସେ ହାଜତରେ ଅଛି।

ଅସୁସ୍ଥ ବାପାଙ୍କ ଯତ୍ନ ନେବା ଏବଂ ତାଙ୍କ ପରିବାର ପାଇଁ ଅର୍ଥର ବ୍ୟବସ୍ଥା କରିବା ପାଇଁ କରକରଡୁମା କୋର୍ଟ ଶାହାରୁଖ ପଠାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କ ରାୟରେ ଶାହାରୁଖ ଉପରେ ୨୦,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡର ସର୍ତ୍ତ ଲଗାଇଛନ୍ତି।  ଜେଲରୁ ମୁକୁଳିବା ପରେ ତାର ୧୫ ଦିନର ଅନ୍ତରୀଣ ଜାମିନ ଆରମ୍ଭ ହେବ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସ ଏହି ଅନ୍ତରୀଣ ଜାମିନ ଆବେଦନକୁ ବିରୋଧ କରିଥିଲା। ଦିଲ୍ଲୀ ପୋଲିସ କହିଛି ଯେ ଶାହାରୁଖ ପଠାନ ଏକ ଗୁରୁତର ଅପରାଧ ପାଇଁ ଜେଲରେ ଅଛି । ଯଦି ତାକୁ ଜାମିନ ମିଳେ ତେବେ ସେ ଜାମିନ ସର୍ତ୍ତଉଲ୍ଲଂଘନ କରିପାରେ।

ତେବେ ଜାମିନ ପାଇଁ ଶାହାରୁଖ ଉପରେ କେତେକ ସର୍ତ୍ତ ଲଗାଇଛନ୍ତି କୋର୍ଟ । ସେଗୁଡ଼ିକ ମଧ୍ୟରେ ରହିଛି,  ତଦନ୍ତକାରୀ ଅଧିକାରୀଙ୍କୁ ମୋବାଇଲ ନମ୍ବର ଦେବା ସହ ମୋବାଇଲ ଫୋନ୍ ସବୁବେଳେ 'ସୁଇଚ୍ ଅନ୍' ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଥିସହ ଶାହରୁଖ ପଠାନଙ୍କୁ ପ୍ରତିଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ଜାଫରାବାଦ ଥାନାରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କରକରଡୁମା କୋର୍ଟ କହିଛନ୍ତି ଯେ ଶାହାରୁଖ ପଠାନ ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ଏବଂ ସାକ୍ଷୀଙ୍କ ସହ ଯୋଗାଯୋଗ କରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe