ଖଡ଼ଗେଙ୍କ ‘ମୋଦୀ ହଟାଇବା ଯାଏଁ’ ମନ୍ତବ୍ୟକୁ ଶାହଙ୍କ ସମାଲୋଚନା

Advertisment

ଗତକାଲି ଜମ୍ମୁ ଓ କଶ୍ମୀରର ଏକ ନିର୍ବାଚନ ସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ସୁସ୍ଥ ହୋଇ କହିଥିଲେ ‌ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା ଯାଏଁ ‌ତାଙ୍କର ମୃତ୍ୟୁ ହେବନାହିଁ।

ଗତକାଲି ଜମ୍ମୁ ଓ କଶ୍ମୀରର ଏକ ନିର୍ବାଚନ ସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ସୁସ୍ଥ ହୋଇ କହିଥିଲେ ‌ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା ଯାଏଁ ‌ତାଙ୍କର ମୃତ୍ୟୁ ହେବନାହିଁ।

khffhfkfkhfkhhk

ନୂଆଦିଲ୍ଳୀ: ଗତକାଲି ଜମ୍ମୁ ଓ କଶ୍ମୀରର ଏକ ନିର୍ବାଚନ ସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ସୁସ୍ଥ ହୋଇ କହିଥିଲେ ‌ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା ଯାଏଁ ‌ତାଙ୍କର ମୃତ୍ୟୁ ହେବନାହିଁ। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ମନ୍ତବ୍ୟକୁ ‘ଅପମାନଜନକ’ ଓ ‘ଘୃଣା, ଇର୍ଷାର ବ୍ୟାପକ ପରିପ୍ରକାଶ’ ବୋଲି କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଶାହ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ପ୍ରସଙ୍ଗରେ ଲେଖିଛନ୍ତି, ଖଡ଼ଗେଙ୍କ ଏହି ମନ୍ତବ୍ୟ ଘୃଣା ଓ ଭୟର ପରିପ୍ରକାଶ।

ଗତକାଲି ଖଡ଼ଗେଜୀଙ୍କ ମନ୍ତବ୍ୟ ନିଜ ଦଳର ନେତା ଓ ଦଳ ଠାରୁ ଅପମାନଜନକ ଓ ଅସମ୍ମାନ ମତ ଓ ମନ୍ତବ୍ୟ ଦେବାରେ ଆଉ ଦୁଇପାଦ ଆଗକୁ ଚାଲିଯାଇଛନ୍ତି। ନିଜର ବ୍ୟକ୍ତିଗତ ସ୍ବାସ୍ଥ୍ୟ ସମସ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଅନାବଶ୍ୟକ ଭାବେ ଟାଣି ଆଣିଛନ୍ତି। ଶ୍ରୀ ଶାହ କହିଛନ୍ତି, ଖଡ଼ଗେଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ମୋଦୀଜୀ ପ୍ରାର୍ଥନା କରିଛନ୍ତି। ସେ ଓ ତାଙ୍କ ଦଳର ସମସ୍ତେ ପ୍ରାର୍ଥନା କରିଛନ୍ତି କି ସେ ଦୀର୍ଘ ଓ ସୁସ୍ଥ ଜୀବନଯାପନ କରନ୍ତୁ। ‌୨୦୪୭ରେ ବିକଶିତ ଭାରତ ନିର୍ମାଣ ହେବାଯାଏଁ ସେ ଜୀବିତ ରହନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe