କଂଗ୍ରେସକୁ ଶାହଙ୍କ ଜବାବ: ୭୦ ବର୍ଷ ଧରି କ’ଣ କରୁଥିଲ, ନିଜକୁ ପଚାର

Advertisment

ଲୋକସଭାରେ ଜମ୍ମୁକାଶ୍ମୀର ପୁନର୍ଗଠନ(ସଂଶୋଧନ) ବିଲ ପାରିତ

ଲୋକସଭାରେ ଜମ୍ମୁକାଶ୍ମୀର ପୁନର୍ଗଠନ(ସଂଶୋଧନ) ବିଲ ପାରିତ

ଇଂରାଜୀର ବିକଳ୍ପ ହିନ୍ଦୀ ହେବା ଉଚିତ: ଶାହ

MSN.COM

ନୂଆଦିଲ୍ଲୀ, ୧୩।୨: ଲୋକସଭାରେ ଆଜି ଜମ୍ମୁକାଶ୍ମୀର ପୁନର୍ଗଠନ(ଶଂଶୋଧନ) ବିଲ୍‌ ପାରିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, ଠିକଣା ସମୟରେ ଜମ୍ମୁକାଶ୍ମୀର ଏହାର ରାଜ୍ୟ ମାନ୍ୟତା ଫେରି ପାଇବ। ଲୋକସଭାରେ ଅଭିଭାଷଣ ଦେଇ ଶାହ ଆହୁରି କହିଥିଲେ, ଏପରି ପୁନର୍ଗଠନ ବିଲ୍‌ ଆଣିବା ଦ୍ବାରା ଜାମ୍ମୁକାଶ୍ମୀରକୁ ଆଉ ରାଜ୍ୟ ମାନ୍ୟତା ମିଳିବନି ବୋଲି ଅନେକ ସାଂସଦ ଭାବୁଛନ୍ତି। ମାତ୍ର ମୋ ଦ୍ବାରା ପ୍ରସ୍ତୁତ ଏହି ବିଲ୍‌ରେ ସେପରି କିଛି ଉଲ୍ଲେଖ ନାହିଁ। ଜମ୍ମୁକାଶ୍ମୀରର ରାଜ୍ୟ ମାନ୍ୟତା ସହ ଏହି ବିଲ୍‌ର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଥିଲେ। ସେହିପରି କଂଗ୍ରେସ ଦଳକୁ ଆକ୍ଷେପ କରି ସେ କହିଥିଲେ, ଜାମ୍ମୁକାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରାଯାଉଛି। ସେଠାରେ ଏପରି ଧାରା ୩୭୦ ଉଚ୍ଛେଦ ହେବାର ମାତ୍ର ୧୭ ମାସ ପରେ ସେଠାକାର ପ୍ରଗତି ବିଷୟରେ ପଚାରିବା ଆଗରୁ ସେଠାରେ ୭୦ ବର୍ଷ ହେଲା କ'ଣ କରୁଥିଲ ବୋଲି ନିଜକୁ ପଚାରିବା ଉଚିତ। ସେହିପରି ଜମ୍ମୁକାଶ୍ମୀର ଓ ଲଦାଖକୁ ନେଇ ଆଉ ରାଜନୀତି କରନାହିଁ ବୋଲି ଶାହ ନିବେଦନ କରିଥିଲେ। ଏହା ଆମ ଦେଶର ଏକ ଅତି ସମ୍ବେଦନଶୀଳ ଇଲାକା, ଜାମ୍ମୁକାଶ୍ମୀରବାସୀ ଆଘାତ ପାଇ ଆସିଛନ୍ତି ଏବଂ ସେମାନଙ୍କ ମନରେ ସନ୍ଦେହ ରହିଛି। ତେଣୁ ତାହାର ଦୂରୀକରଣ କରି ସେମାନଙ୍କୁ ଶାନ୍ତ କରାଇବା ହେଉଛି ସଂସଦର ଦାୟିତ୍ବ। ସୁତରାଂ ଆଉ ସେମାନଙ୍କ କଟା ଘାଆରେ ଚୂନ ମାରିବା ଠିକ୍‌ ନୁହେଁ ବୋଲି ଗୃହମନ୍ତ୍ରୀ କହିଛନ୍ତି।

ରାହୁଲ ଗାନ୍ଧି ଭାରତର ପ୍ରଳୟ ପୁରୁଷ ସାଜିଛନ୍ତି: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଡ଼ା ବିଦ୍ରୂପ କରିଛନ୍ତି। ରାହୁଲ ଗାନ୍ଧି ଭାରତର ପ୍ରଳୟ ପୁରୁଷ ପାଲଟିଯାଇଛନ୍ତି ବୋଲି ନିର୍ମଳା ଲୋକସଭାରେ କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ରାହୁଲ ଭୁଲ୍‌ ବର୍ଣ୍ଣନା କରିବା ସହ ସାମ୍ବିଧାନିକ ପଦାଧିକାରୀଙ୍କୁ ନିରବଚ୍ଛିନ୍ନ ଭାବେ ଅପମାନିତ କରିଆସିଛନ୍ତି। ପ୍ରଥମତଃ ସେ ଭୁଲ୍‌ ତଥ୍ୟ ଉପସ୍ଥାପନ କରି ବିଭିନ୍ନ ପ୍ରସଙ୍ଗର ମିଛ ବର୍ଣ୍ଣନା କରୁଛନ୍ତି, ଦ୍ବିତୀୟତଃ ସରକାରଙ୍କ ବିରୋଧରେ ସେ ଆଣୁଥିବା ଅଭିଯୋଗର ଉତ୍ତର ଶୁଣିବାକୁ ତାଙ୍କର ଧୈର୍ଯ୍ୟ ନାହିଁ। କଂଗ୍ରେସ ଦଳର ଏହି ଦୁଇଟି ଗୁଣରୁ ଦେଶରେ ଗାଣତନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସଂସଦୀୟ ପ୍ରଣାଳୀ ଧ୍ବଂସ ହୋଇଯାଇଛି ବୋଲି ସେମାନେ ଭାବୁଥିବା ସୀତାରମଣ କହିଛନ୍ତି। ସେହିପରି ଗୁରୁବାର ସଂସଦରେ ରାହୁଲ ଗାନ୍ଧି କୃଷି ନିୟମ ସମ୍ପର୍କରେ କହୁଥିବା ବେଳେ ବଜେଟ ସମ୍ପର୍କରେ କହିବାକୁ ମନା କରିଦେବାରୁ ସେ ବୋଧେ ଦେଶର ପ୍ରଳୟ ପୁରୁଷ ହୋଇଯାଇଛନ୍ତି ବୋଲି ନିର୍ମଳା ଟିପ୍ପଣୀ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe