ଶାହ‌ଙ୍କ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଖବରକୁ ଖଣ୍ଡନ କଲା ମନ୍ତ୍ରାଳୟ

Advertisment
ଉପା ଅମଳର ରାଜ ଖୋଲିଲେ ଅମିତ ଶାହ

Image Source: India Today

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କରୋନା ‌ଟେଷ୍ଟ୍‌ ରିପୋର୍ଟ‌୍ ନେଗେଟିଭ୍‌ ଆସିଛି ବୋଲି ବିଜେପି ନେତା ମନୋଜ ତିୱାରୀ ଆଜି ଟ୍ବିଟ୍‌ କରି କହିବାପରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି। ଶାହ କରୋନା ପଜିଟିଭ୍‌ ହେବା ପରଠାରୁ ତାଙ୍କର କୌଣସି ସଦ୍ୟ ଟେଷ୍ଟ୍‌ କରାଯାଇନି ବୋଲି ସେ କହିଛନ୍ତି। ମନୋଜ ତିୱାରୀଙ୍କ ଟ୍ବିଟ୍‌ ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। ଗୃହ ମନ୍ତ୍ରାଳୟ ଅଧିକାରୀ କହିଛନ୍ତି, ଯେତେବେଳେ ଟେଷ୍ଟ୍‌ ହେବ ସେତେବେଳେ ସମସ୍ତଙ୍କୁ ଏନେଇ ସୂଚନା ଦିଆଯିବ।

ତେବେ ଗୃହମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସଂକ୍ରାନ୍ତରେ କୌଣସି ପ୍ରକାର କଳ୍ପନା ନକରିବା ପାଇଁ ସେ ଅନୁରୋଧ କରିଛନ୍ତି। ମନ୍ତ୍ରାଳୟ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯିବାପରେ ତିୱାରୀ ମଧ୍ୟ ତାଙ୍କ ଟ୍ବିଟ୍‌ ଡିଲିଟ୍‌ କରିଦେଇଛନ୍ତି। ଶାହ ଏବେ ହସ୍ପିଟାଲ୍‌ରୁ କାମ କରୁଛନ୍ତି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଖୁବ୍‌ ଭଲ ଅଛି। ଆସନ୍ତା ୨ ଦିନ ମଧ୍ୟରେ ପୁଣିଥ‌ରେ ତାଙ୍କର କରୋନା ଟେଷ୍ଟ୍‌ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe