ଆଜି ଶାହଙ୍କ ଶ୍ରୀନଗର ଗସ୍ତ: ଆତଙ୍କବାଦୀ ଆକ୍ରମଣ ରୋକିବାକୁ ଅଭୂତପୂର୍ବ ସୁରକ୍ଷା

Advertisment

ଡ୍ରୋନ୍‌, ସ୍ନାଇପର୍ସ, ବୋଟ୍‌ ମୁତୟନ, ଅତିରିକ୍ତ ୨୫ କମ୍ପାନି ଯବାନ ସାମିଲ

ଡ୍ରୋନ୍‌, ସ୍ନାଇପର୍ସ, ବୋଟ୍‌ ମୁତୟନ, ଅତିରିକ୍ତ ୨୫ କମ୍ପାନି ଯବାନ ସାମିଲ

ଆଜି ଶାହଙ୍କ ଶ୍ରୀନଗର ଗସ୍ତ: ଆତଙ୍କବାଦୀ ଆକ୍ରମଣ ରୋକିବାକୁ ଅଭୂତପୂର୍ବ ସୁରକ୍ଷା

ଶ୍ରୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଶ୍ରୀନଗର ଗସ୍ତ କରିବେ । ଧାରା ୩୭୦ ଉଚ୍ଛେଦ ପରେ ଶାହଙ୍କର ଏହା ପ୍ରଥମ କାଶ୍ମୀର ଗସ୍ତ। କାଶ୍ମୀରରେ ନିକଟରେ ସାଧାରଣ ନାଗରିଙ୍କୁ ଟାର୍ଗେଟ୍‌ କରି ହତ୍ୟା ବଢ଼ିବା ପରେ ଶାହ ଶ୍ରୀନଗର ଗସ୍ତ କରୁଛନ୍ତି। ତେଣୁ ଶାହଙ୍କର ଏହି ଗସ୍ତକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଶାହଙ୍କ ଗସ୍ତ ପାଇଁ ଜମ୍ମୁ କାଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କେବଳ ଶ୍ରୀନଗରରେ ୨୦-୨୫ ଅତିରିକ୍ତ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ପ୍ରଥମ ଥର ପାଇଁ ଶ୍ରୀନଗର ସହରକୁ ଡ୍ରୋନ୍‌ ଗ୍ରିଡ୍‌ରେ ବିଭାଜନ କରାଯାଇଛି। ସିଆରପିଏଫ୍‌ ସାଉଥ୍‌ ରେଂଜ୍‌ର ଡିଆଇଜି ଜନ୍‌ ମାଥ୍ୟୁସ୍‌ କହିଛନ୍ତି, ଡାଲ୍‌ ଲେକ୍‌ ୧୫ କିମି ପରିବ୍ୟାପ୍ତ ଅଟେ ଏବଂ ୭ଟି ‌ସ୍ପିଡ୍‌ ବୋଟ୍‌ ଦ୍ବାରା ଏହାକୁ ସୁରକ୍ଷା ଦିଆଯିବ।

ଜମ୍ମୁ କାଶ୍ମୀର ସହର ସାରା ସିସିଟିଭି ଲଗାଇବା ସହ ସାର୍ପସୁଟର ଓ ସ୍ନାଇପର ମୁତୟନ କରିଛନ୍ତି।ସାଧା ପୋଷାକରେ ଶ୍ରୀନଗରରେ ସୁରକ୍ଷାକର୍ମୀ ମୁତୟନ ହେବେ। ଶ୍ରୀନଗରରେ ୧୦ ସିଆରପିଏଫ୍‌ କମ୍ପାନି ଏବଂ ୧୫ ବିଏସଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। କେନ୍ଦ୍ରୀୟ କାଶ୍ମୀର ଡିଆଇଜି ସୁଜିତ ସିଂହ କହିଛନ୍ତି, ଗୃହମନ୍ତ୍ରୀଙ୍କ ଗସ୍ତ ଅବସରରେ ସମଗ୍ର ଶ୍ରୀନଗର ସହରକୁ ଡ୍ରୋନ୍‌ ଗ୍ରିଡ୍‌ରେ ବିଭାଜନ କରାଯାଇଛି। ସୁରକ୍ଷା ସ୍ଥିତି ତଦାରଖ ପାଇଁ ସିଆରପିଏଫ୍‌ ଡିଜି କୁଲଦୀପ ସିଂହ ଏବେ କାଶ୍ମୀରରେ ଅଛନ୍ତି। ଆଇବି ନିର୍ଦ୍ଦେଶକ ମଧ୍ୟ ଆଜି ଶ୍ରୀନଗର ଯାଇଛନ୍ତି। ସେହିପରି ସମସ୍ତ ଶୀର୍ଷ ସିଏପିଏଫ୍‌ ଡିଜି, ଏନ୍‌ଏସଜି-ସିଆଇଏସଏଫ୍‌, ବିଏସଏଫ୍‌ ଏବଂ ସେନାର ଶୀର୍ଷ କମାଣ୍ଡର ଶ୍ରୀନଗରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେବେ। ଇତି ମଧ୍ୟରେ କାଶ୍ମୀରରେ ଆତଙ୍କବାଦୀ ନିପାତ ବଡ଼ ଧରଣର ଅପରେସନ ଜାରି ରହିଛି। ପୁଲିସ ୨୬ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ କାଶ୍ମୀର ବାହାରକୁ ପଠାଯିବା ବ୍ୟବସ୍ଥା ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନଙ୍କୁ ଏକ ଚାର୍ଟାଡ୍‌ ବିମାନ ଯୋଗେ ଆଗ୍ରା ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe