ଭାରତ ଶରଣରେ ଶେଖ ହାସିନା ! ତାଙ୍କ ବିମାନ ଅଗରତାଲାରେ ଓହ୍ଲାଇଥିବା ସୂଚନା

ଭାରତ ଶରଣରେ ଶେଖ ହାସିନା ! ତାଙ୍କ ବିମାନ ଅଗରତାଲାରେ ଓହ୍ଲାଇଥିବା ସୂଚନା

ନୂଆଦିଲ୍ଲୀ : ବାଂଲାଦେଶରେ ଦୀର୍ଘ ଏକମାସ ଧରି ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଚାଲିବା ପରେ ଶେଷରେ ଶେଖ ହାସନା ସରକାରଙ୍କ ପତନ ହୋଇଛି । ହାସିନା ଇସ୍ତଫା ଦେବା ପରେ ଏକ ମିଲିଟାରି ବିମାନରେ ଭାରତ ପଳାଇଆସିଥିବା କୁହାଯାଉଛି । ତାଙ୍କ ବିମାନ ତ୍ରିପୁରାର ଅଗରତାଲାରେ ଓହ୍ଲାଇଥିବା ସୂଚନା ମିଳିଛି । ତେବେ ଏ ନେଇ ଭାରତ ସରକାର କୌଣସି ଔପଚାରିକ ସୂଚନା ଦେଇନାହାନ୍ତି । ଆଉ କେତେକ ରିପୋର୍ଟ ଅନୁସାରେ ସେ ଦିଲ୍ଲୀ ଆସୁଛନ୍ତି ।

ସେହିପରି ଭାରତ ଦେଇ ସେ ଲଣ୍ଡନ ଯିବାର ସମ୍ଭାବନା ରହିଛି ବୋଲି କେତେକ ରିପୋର୍ଟରେ ପ୍ରକାଶ କରାଯାଇଛି । ଲଣ୍ଡନରେ ତାଙ୍କ ଭଉଣୀ ରହୁଛନ୍ତି । କିନ୍ତୁ ଏ ନେଇ ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସେପଟେ ଢାକାରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବହୁ ସଂଖ୍ୟକ ବିକ୍ଷୋଭକାରୀ ପ୍ରବେଶ କରିଛନ୍ତି । ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବିକ୍ଷୋଭକାରୀମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ମଧ୍ୟ ଦଖଲ କରିଛନ୍ତି। ଇଣ୍ଟରନେଟ୍ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ସେପଟେ ଶାସକ ଆୱାମୀ ଲିଗ୍ କର୍ମୀଙ୍କୁ ଟାର୍ଗେଟ କରି ମୁଖ୍ୟ ବିରୋଧୀ ଦଳ ବିଏନପିର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭକାରୀମାନେ ବାଂଲାଦେଶ ମୁକ୍ତି ସଂଗ୍ରାମର ଜନକ ଶେଖ୍ ମୁଜିବୁର ରେହମାନଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe