ସଂଧ୍ୟା ୫ଟା ବେଳେ ଦିଲ୍ଲୀରେ ପହଞ୍ଚିପାରନ୍ତି ଶେଖ ହାସିନା, କିଛି ସମୟ ରହିବା ପରେ ଲଣ୍ଡନ କିମ୍ବା ଫିନଲାଣ୍ଡ ଯିବା ସମ୍ଭାବନା

Advertisment
ସଂଧ୍ୟା ୫ଟା ବେଳେ ଦିଲ୍ଲୀରେ ପହଞ୍ଚିପାରନ୍ତି ଶେଖ ହାସିନା, କିଛି ସମୟ ରହିବା ପରେ ଲଣ୍ଡନ କିମ୍ବା ଫିନଲାଣ୍ଡ ଯିବା ସମ୍ଭାବନା

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନେଇ ଏକ ବଡ ଖବର ଆସିଛି ଯେ ସେ ଆଜି ଅପରାହ୍ନ ୫ଟା ସୁଦ୍ଧା ନୂଆଦିଲ୍ଲୀ ଆସିପାରନ୍ତି । ଏବେ ସେ ବାୟୁସେନାର ଏକ ବିମାନରେ ଅଛନ୍ତି। ସେ ଦିଲ୍ଲୀ ଆସି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ସୂଚନା ମିଳିଛି।

ଶେଖ ହସିନାଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ? ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଚର୍ଚ୍ଚା ହେଉଛି ଯେ ସେ ଭାରତ ଦେଇ ବ୍ରିଟେନ (ଲଣ୍ଡନ), ଫିନଲ୍ୟାଣ୍ଡ କିମ୍ବା ସ୍ୱିଜରଲ୍ୟାଣ୍ଡକୁ ଯାଇପାରନ୍ତି । ତେବେ ଆଜି ସନ୍ଧ୍ୟା ୫ଟାରେ ସେ ଦିଲ୍ଲୀ ଆସିପାରନ୍ତି ଏବଂ ଏହା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ଜଣାପଡ଼ିଛି।

ସେପଟେ ବଂଲାଦେଶରେ ସ୍ଥିତି ବିସ୍ଫୋରକ ରହିଛି । ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ହେବା ପରେ ଏବଂ ବାଂଲାଦେଶ ଛାଡିବା ପରେ ବି ଆନ୍ଦୋଳନରତ ଛାତ୍ର ସଂଗଠନଗୁଡ଼ିକ ପଛଘୁଞ୍ଚା ଦେଉନାହାନ୍ତି। ଅନ୍ତରୀଣ ସରକାର ଚାହୁଁନାହାନ୍ତି ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। କ୍ଷମତା 'ବିପ୍ଳବୀ ଛାତ୍ର ଓ ନାଗରିକ'ଙ୍କ ହାତରେ ନ୍ୟସ୍ତ ହେବା ଦରକାର। ସେମାନେ ଅନ୍ୟ କୌଣସି ବିକଳ୍ପ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe