ମରିଗଲା ମାନବିକତା ! ରେଳ ଷ୍ଟେସନରେ ବୃଦ୍ଧଙ୍କୁ ଗୋଇଠା ମାରି ରେଳ ଧାରଣାକୁ ଘୋଷାଡି ନେଲେ ପୁଲିସ ବାବୁ

Advertisment
ମରିଗଲା ମାନବିକତା ! ରେଳ ଷ୍ଟେସନରେ ବୃଦ୍ଧଙ୍କୁ ଗୋଇଠା ମାରି ରେଳ ଧାରଣାକୁ ଘୋଷାଡି ନେଲେ ପୁଲିସ ବାବୁ

ଭୋପାଳ: ମରିଗଲା ମାନବିକତା। ରେଳ ଷ୍ଟେସନରେ ବୃଦ୍ଧଙ୍କୁ ଗୋଇଠା ମାରି ରେଳ ଧାରଣାକୁ ଘୋଷାଡି ନେଲେ ପୁଲିସ ବାବୁ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ପୁଲିସ ବାବୁ ବୃଦ୍ଧଙ୍କ ମୁହଁକୁ ଗୋଇଠା ମାରି ତାଙ୍କୁ ମାଡ ମାରୁଥିବାର ଦେଖାଯାଇଛି। ଏହି ଘଟଣା ମଧ୍ୟପ୍ରଦେଶର ଜବଲପୁର ରେଳ ଷ୍ଟେସନରେ ଘଟିଥିବା କୁହାଯାଉଛି। ଗୁରୁବାର ଦିନ ଏହି ଘଟଣା ଘଟିଥିବା ବେଳେ ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ ଭିତରୁ ଜଣେ ଯାତ୍ରୀ ଭିଡିଓ ରେକର୍ଡ କରିଥିବା ଦେଖାଯାଇଛି। ଜଣେ ପୁଲିସ କର୍ମୀ ବୃଦ୍ଧଙ୍କୁ କିପରି ମାଡ ମାରୁଛନ୍ତି, ତାହା ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି।

ଭାଇରାଲ ଭିଡିଓରେ ‌ପ୍ରଥମେ ଦେଖାଯାଉଛି ଯେ, ବୃଦ୍ଧଜଣକ ଅନେକ ଥର ଉଠିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ବାବୁ ତାଙ୍କୁ ଗୋଇଠା ମାରି ତଳେ ପକାଇ ଦେଉଛନ୍ତି। ପୁଲିସ ବାବୁ ବୃଦ୍ଧଙ୍କ ମୁହଁକୁ ମଧ୍ୟ ଗୋଇଠା ମାରୁଥିବା ଦେଖାଯାଇଛି। ଏହା ପ‌ରେ ପୁଲିସ କର୍ମୀ ବୃଦ୍ଧଙ୍କୁ ମାଡ଼ ମାରି ରେଳ ଧାରଣା ପ‌ାଖକୁ ଘୋଷାଡି ନେଉଛନ୍ତି। ଏସବୁ ଘଟୁଥିବା ବେଳେ ପ୍ଲାଟଫର୍ମରେ ଅନେକ ଲୋକ ଉପସ୍ଥିତ ଥାଇ ବି କେହି ବୃଦ୍ଧଙ୍କୁ ସାହାଯ୍ୟ କରିବାକୁ ଆସୁନଥିବା ଦେଖିବାକୁ ମିଳିଛି। ତେବେ ଏଭଳି ମାଡ଼ ମାରିବା ପଛର କାରଣ କ’ଣ, ତାହା ସାମ୍ନାକୁ ଆସିପାରିନାହିଁଁ।

ଅନ୍ୟପକ୍ଷରେ ଯାତ୍ରୀଜଣକ ସେୟାର କରିଥିବା ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଲୋକେ ପୁଲିସ ବାବୁଙ୍କ ଏଭଳି କାମକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe