ଭାଇରାଲ୍ ଗର୍ଲ ମୋନାଲିସାଙ୍କ ଲଜ୍ଜାଜନକ କାର୍ଯ୍ୟ, ସୌନ୍ଦର୍ଯ୍ୟ ଏବେ ସାଜିଲା ଶତ୍ରୁ

ପ୍ରୟାଗରାଜ ମହାକୁମ୍ଭ ୨୦୨୫ରେ ଭାଇରାଲ୍ ଗର୍ଲ ମୋନାଲିସା ଏବେ ସେଲିବ୍ରିଟି ପାଲଟି ଯାଇଛନ୍ତି। ବହୁ ଲୋକେ ତାଙ୍କ ସହ ଫଟୋ ଉଠାଉଛନ୍ତି । ଏସବୁକୁ ନେଇ ହତାଶ ହୋଇ ମୋନାଲିସା ଏପରି କିଛି ଲଜ୍ଜାଜନକ କାର୍ଯ୍ୟ କରିଛନ୍ତି ଯାହା ଏବେ ଚର୍ଚ୍ଚାରେ ରହିଛି...

ଅଦ୍ୟତନ ହୋଇଛି
Shame on Viral Girl Mona Lisa  Beauty is now the enemy

Shame on Viral Girl Mona Lisa Beauty is now the enemy

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ରେ ବୁଡ଼ ପକାଇବା ପାଇଁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଭିଡ଼ ଜମା ହେବାରେ ଲାଗିଛି। ମହାକୁମ୍ଭରେ ମାଳି ବିକ୍ରି କରୁଥିବା ମଧ୍ୟପ୍ରଦେଶ ଇନ୍ଦୋରର ଝିଅ ମୋନାଲିସା ଭାଇରାଲ ଗର୍ଲ ହୋଇଛନ୍ତି।  

ମୋନାଲିସାଙ୍କର ଶ୍ୟାମଳ ରଙ୍ଗ ସହିତ ସୁନ୍ଦର ଆଖି ତାଙ୍କୁ ସୋସିଆଲ ମିଡିଆରେ ଲୋକପ୍ରିୟ କରାଇଛି। ଖବର ଅଛି ଯେ, ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସନୋଜ ମିଶ୍ର ତାଙ୍କୁ ତାଙ୍କ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଅଫର ପ୍ରଦାନ କରିଛନ୍ତି। ମୋନାଲିସାଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କିଛି  ଲଜ୍ଜାଜନକ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେଉଛି। 

ସୋସିଆଲ ମିଡିଆରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ଚାରିପଟେ ଜମା ହେଉଥିବା ଭିଡ଼ ଯୋଗୁ କ୍ରୋଧରେ ଜଣେ ଲୋକଙ୍କର ସ୍ମାର୍ଟଫୋନ ଭାଙ୍ଗି ଦେଇଛନ୍ତି।  ସେ ବିରକ୍ତ ହୋଇ ଏଭଳି କରିଛନ୍ତି।

ଆରମ୍ଭରେ, ମୋନାଲିସା ଖୁସି ଅନୁଭବ କରୁଥିଲେ ଯେ, ଲୋକମାନେ ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ସେ ଲୋକଙ୍କ ସହ ଫଟୋ ଉଠାଇ ଭିଡିଓ ମଧ୍ୟ କରିଥିଲେ। ସୋସିଆଲ ମିଡିଆ ୟୁଜର ମୋନାଲିସାଙ୍କ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଥିଲେ ।

ବର୍ତ୍ତମାନ ସେ ଏତେ ପ୍ରସିଦ୍ଧ ହୋଇଛନ୍ତି ଯେ କୁମ୍ଭମେଳାକୁ ଯାଉଥିବା ଅଧିକାଂଶ ଲୋକ ତାଙ୍କ ସହ ଫଟୋ ଉଠାଇବା ପାଇଁ ତାଙ୍କୁ ଅନୁସରଣ କରୁଛନ୍ତି। ତାଙ୍କ ପଛରେ ଏତେ ସଂଖ୍ୟକ ଲୋକ ଦେଖିବା ପରେ ମୋନାଲିସା ବହୁତ ବିବ୍ରତ ହୋଇପଡିଛନ୍ତି। ଏବେ ସେ ତାଙ୍କ ସୌନ୍ଦର୍ଯ୍ୟକୁ ତାଙ୍କର ଶତ୍ରୁ ପାଲଟିଛି। 

ଅଧିକ ପଢ଼ନ୍ତୁ: ସୌନ୍ଦର୍ଯ୍ୟ ବୁଡ଼ାଇଲା ବେପାର!: କୁମ୍ଭମେଳା ଛାଡିବାକୁ ବାଧ୍ୟ ହେଲେ ଭାଇରାଲ ଗର୍ଲ ମୋନାଲିସା

ସୋସିଆଲ ମିଡିଆରେ ମୋନାଲିସା ଭାଇରାଲ ହୋଇଛି, କିନ୍ତୁ ବର୍ତ୍ତମାନ ତାଙ୍କ ମାଳି ବିକ୍ରି କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। 

ଏବେ ଲୋକମାନେ ତାଙ୍କଠାରୁ ମାଳି କିଣିବା ବନ୍ଦ କରିଦେଇଛନ୍ତି । ସେମାନେ ତାଙ୍କ ସହିତ ଫଟୋ ଉଠାଇବା ଆରମ୍ଭ କରିଛନ୍ତି। ମୋନାଲିସା କହିଛନ୍ତି ଯେ, ଲୋକମାନେ ମାଳ କିଣୁ ନ ଥିବାରୁ ତାଙ୍କ କାମ ବେପାର ବନ୍ଦ ହୋଇଯାଇଛି।

ଅଧିକ ପଢ଼ନ୍ତୁ: ବିବାହ ଶୋଭାଯାତ୍ରାରେ ୧୦୦ ଅଶ୍ୱାରୋହୀ, ରାସ୍ତାରେ ଟଙ୍କା ବର୍ଷା ଭିଡିଓ ଭାଇରାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe