CNN
ୱାଶିଂଟନ୍: ଏକ ହସ ପାଇଁ ଫଶି ଯାଇଛନ୍ତି ଆମେରିକାର ଉପ ରାଷ୍ଟ୍ରପତି କମଲା ହାରିସ୍। ୟୁକ୍ରେନ୍ର ଶରଣାର୍ଥୀଙ୍କ ପାଇଁ ଆମେରିକା କିଛି ଆର୍ଥିକ ସହାୟତାର ବ୍ୟବସ୍ଥା କରିଛି କି? ବୋଲି ପଚରା ଯାଇଥିବା ପ୍ରଶ୍ନ ଉପରେ ହସିଥିବା କମଲା ହାରିସ୍ ଏବେ ବିଭିନ୍ନ ମହଲରେ ସମାଲୋଚନାର ପାତ୍ର ହୋଇଛନ୍ତି। ସେ ୱାର୍ସରେ ପୋଲାଣ୍ଡ୍ର ରାଷ୍ଟ୍ରପତି ଆଣ୍ଡେ୍ରଜ ଡୁଡାଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବାବେଳେ ଜଣେ ସାମ୍ବାଦିକ ତାଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ। ଏପରି ଏକ ସମ୍ବେଦନଶୀଳ ପ୍ରଶ୍ନ ଉପରେ ଉତ୍ତର ଦେବା ବଦଳରେ ଠୋ ଠୋ ହୋଇ ହସିବା କମ୍ଲା ଭାବମୂର୍ତ୍ତି ଉପରେ ବେଶ ପ୍ରଭାବ ପକାଇଛି।
ସେହି ସମୟର ଏକ କ୍ଷୁଦ୍ର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖି ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ କମ୍ଲାଙ୍କୁ ସମାଲୋଚନା ଓ ନିନ୍ଦା କରିଛନ୍ତି। କମ୍ଲା ପ୍ରଥମେ ହସି ଦେଇ ଶେଷରେ କହିଥିଲେ ଯେ ‘ଠିକ୍ ଅଛି, ଆବଶ୍ୟକ ସମୟର ବନ୍ଧୁ ହିଁ ବାସ୍ତବ ବନ୍ଧୁ’।
Follow Us