ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ଶାନ୍ତିନିକେତନ

Advertisment
ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ଶାନ୍ତିନିକେତନ

କୋଲକାତା: ନୋବେଲ ବିଜେତା ବିଶ୍ବକବି ରବୀନ୍ଦ୍ରନାଥ ଟାଗୋରଙ୍କ ଘର ଶାନ୍ତିନିକେତନ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି। ଶାନ୍ତିନିକେତନରେ ହିଁ ରବୀନ୍ଦ୍ରନାଥ ଟାଗୋର ଏକ ଶତାବ୍ଦୀ ପୂର୍ବେ ବିଶ୍ୱଭାରତୀ ପ୍ରତିଷ୍ଠା କରିଥିଲେ।

ୟୁନେସ୍କୋ ରବିବାର ସୋସିଆଲ ମିଡିଆ 'ଏକ୍ସ' (ପୂର୍ବରୁ ଟ୍ୱିଟର)ରେ ଏକ ପୋଷ୍ଟରେ ଏହି ଘୋଷଣା କରିଛି। ଭାରତକୁ ଅଭିନନ୍ଦନ। “ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି ଶାନ୍ତିନିକେତନ”।

ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଅବସ୍ଥିତ ଏହି ସାଂସ୍କୃତିକ ସ୍ଥଳକୁ ୟୁନେସ୍କୋ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଭାରତ ସରକାର ଦୀର୍ଘଦିନ ଧରି ପ୍ରୟାସ କରିଆସୁଥିଲେ । କିଛି ମାସ ତଳେ ଏହି ଐତିହାସିକ ସ୍ଥାନକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନ୍ତର୍ଜାତୀୟ ସ୍ମାରକୀ ଓ ସ୍ଥାନ ପରିଷଦ (ଇକୋମୋସ୍) ସୁପାରିସ କରିଥିଲା।

publive-image

ଶାନ୍ତିନିକେତନର ଇତିହାସ :

କୋଲକାତାଠାରୁ ୧୮୦ କିଲୋମିଟର ଉତ୍ତରରେ ଥିବା ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଅବସ୍ଥିତ ଶାନ୍ତିନିକେତନ ଶିକ୍ଷା କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ପରିଚିତ । ରବୀନ୍ଦ୍ରନାଥ ଟାଗୋର ୧୯୦୧ ମସିହାରେ ଶାନ୍ତିନିକେତନରେ ଏକ ଛୋଟ ସ୍କୁଲ ପ୍ରତିଷ୍ଠା କରିଥିଲେ । ଯାହା ଆଜି ସମଗ୍ର ବିଶ୍ୱରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ୧୯୧୯ ମସିହାରେ ସେ 'କଳା ଭବନ' ନାମକ ଏକ କଳା ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ । ପରେ ଏହା ୧୯୨୧ରେ ସ୍ଥାପିତ ବିଶ୍ବଭାରତୀ  ବିଶ୍ବବିଦ୍ୟାଳୟରେ ସାମିଲ ହୋଇଯାଇଥିଲା ।  ମେ ୧୯୫୧ରେ ଏହାକୁ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯାଇଥିଲା । ଏହି ବିଶ୍ବବିଦ୍ୟାଳୟରେ ଆଜି ମଧ୍ୟ ଭାରତର ପାରମ୍ପରିକ ଗୁରୁକୂଳ ପଦ୍ଧତିରେ ପାଠପଢାଯାଉଛି ।

ଗୁରୁକୂଳ ପରମ୍ପରାକୁ ସମ୍ମାନ ଜଣାଇ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏହି ବିଶ୍ବବିଦ୍ୟାଳୟର ଆଚାର୍ଯ୍ୟ ଓ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ପ୍ରଧାନ ଓ କୂଳପତିଙ୍କୁ ଉପାଚାର୍ଯ୍ୟ ବୋଲି କୁହାଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe