The Economic Times
ମୁମ୍ବାଇ: ଏନ୍ସିପି ମୁଖ୍ୟ ଶରଦ ପାୱାର ଆଜି ପୁଣି ଇଭିଏମ୍କୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ ଦାବି କରିଛନ୍ତି ଯେ ସେ ଭୋଟ୍ ଦେବାବେଳେ ତାଙ୍କ ଭୋଟ୍ ବିଜେପିକୁ ଯାଇଥିବା ସେ ଦେଖିଛନ୍ତି। ତେବେ ସବୁ ଇଭିଏମ୍ରେ ଏଭଳି ହୋଇଥିବ ଏହା ମୁଁ କହୁନାହିଁ ବୋଲି ସେ କହିଛନ୍ତି। ପାୱାର କହିଛନ୍ତି ଯେ ସେ ତାଙ୍କ ଦଳର ଚିହ୍ନରେ ବଟନ୍ ଦବାଇବା ପରେ ଭୋଟ୍ ବିଜେପିକୁ ଯିବା ମୁଁ ସ୍ପଷ୍ଟ ଦେଖିଥିଲି ଏବଂ ବିସ୍ମିତ ହୋଇଯାଇଥିଲି। ପାୱାର ଇଭିଏମ୍ ବ୍ୟବହାରକୁ ଦୃଢ଼ ବିରୋଧ କରି ଆସୁଥିବା ବେଳେ ବ୍ୟାଲଟ୍ରେ ଭୋଟ୍ ଦେବା ଉପରେ ଗୁରୁତ୍ବାରୋପ କରୁଛନ୍ତି।
Follow Us