ପରବର୍ତ୍ତୀ ୟୁପିଏ ଅଧ୍ୟକ୍ଷ ହେବେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର!

Advertisment
ପରବର୍ତ୍ତୀ ୟୁପିଏ ଅଧ୍ୟକ୍ଷ ହେବେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର!

ନୂଆଦିଲ୍ଲୀ: ପରବର୍ତ୍ତୀ ୟୁପିଏ ଅଧ୍ୟକ୍ଷ ହୋଇପାରନ୍ତି ମହାରାଷ୍ଟ୍ର ରାଜନୀତିର ବରିଷ୍ଠ ନେତା ତଥା ଏନ୍‌ସିପି ସୁପ୍ରିମୋ ଶରଦ ପାୱାର। ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ  ପରେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦ ଛାଡ଼ିବାକୁ ଅଡ଼ି ବସିଥିଲେ। ତା’ପରେ ଏହି ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରାଯାଇ ପାରୁ ନଥିଲା। ସେ ସମୟରେ ସ୍ବାସ୍ଥ୍ୟଗତ କାରଣରୁ ସୋନିଆ ଗାନ୍ଧୀ ପ୍ରଥମେ ୟୁପିଏର ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଇବାକୁ ମନା କରିଥିଲେ ମଧ୍ୟ ପରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଅନ୍ତରୀଣ ଅଧ୍ୟକ୍ଷା ଭାବେ ବଛାଯାଇଥିଲା। ଏବେ ସେ ୟୁପିଏର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଉଥିଲେ ମଧ୍ୟ ଦିନକୁ ଦିନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଏ ନେଇ ୟୁପିଏ ଅଧ୍ୟକ୍ଷ ପଦ ପାଇଁ ଉପଯୁକ୍ତ ନେତାଙ୍କୁ ଖୋଜିବା ଆରମ୍ଭ କରିଛି।

Sharad Pawar clarifies APMC reforms letter BJP slams NCP supremo farmers protests bharat bandh | India News – India TV India TV News

ଅଧ୍ୟକ୍ଷ ପଦ ପାଇଁ ଜଣେ ବରିଷ୍ଠ ନେତାଙ୍କ ଆବଶ୍ୟକତା ରହିଛି, ଯାହାଙ୍କୁ ରାଜନୀତିର ସବୁ ପାଠ ଜଣାଥିବା ସହ ଯିଏ ଅନ୍ୟ ଦଳ ସହ ବୁଝାମଣା କରିପାରୁଥିବେ। ଏହା ସହ ୟୁପିଏର ଅଧ୍ୟକ୍ଷ ହେବା ପାଇଁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖରେ ଯେଉଁ ସବୁ ଗୁଣ ରହିଛି, ତାହା ରହିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାମ୍ନା କରିବାର ରାଜନୈତିକ ଶକ୍ତି ରହିବା ମଧ୍ୟ ଜରୁରୀ। ଏସବୁକୁ ଦୃଷ୍ଟିରେ ରଖି ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ରାଜନୀତିର ସବୁ ଅଙ୍କ ଜଣାଥିବା ସହ ତାଙ୍କ ପାଖରେ ୟୁପିଏର ଅଧ୍ୟକ୍ଷ ହେବା ପାଇଁ ସବୁ ଗୁଣ ରହିଛି। ଆସନ୍ତା ବର୍ଷ ୟୁପିଏ ଅଧ୍ୟକ୍ଷ ବାଛିବାକୁ ଥିବା ବେଳେ ଶରଦ ପାୱାରଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସୋନିଆ ଗାନ୍ଧୀଙ୍କ ପରେ ତାଙ୍କୁ ଅଧ୍ୟକ୍ଷ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe