ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ବିଜେପିର ମନୋବଳ ବଢ଼ିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କ ନିକଟତର ବିଜେପି ନେତା ପ୍ରବୀଣ ଦାରେକର ଏକ ବଡ଼ ଦାବି କରିଛନ୍ତି। ବିଧାନସଭା ନିର୍ବାଚନରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏସପି)ର ଖରାପ ପ୍ରଦର୍ଶନ ପରେ ସାଂସଦମାନେ ଦଳ ପରିବର୍ତ୍ତନ କରିପାରନ୍ତି ବୋଲି ଦାରେକର କହିଛନ୍ତି।
ସେମାନେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ସେ କହିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କ ଶିବସେନା ୨୦ଟି, କଂଗ୍ରେସ ୧୬ ଏବଂ ଶରଦ ପାୱାରଙ୍କ ଦଳ ୧୦ଟି ଆସନ ଜିତିଛି। ଯେତେବେଳେ କି ଏହି ଦଳଗୁଡ଼ିକରେ ସମୁଦାୟ ୩୧ ସାଂସଦ ଅଛନ୍ତି। ସେଥିମଧ୍ୟରୁ ୮ ଜଣ ସାଂସଦ ଶରଦ ପାୱାରଙ୍କ ଦଳର ଅଛନ୍ତି।
ବିଜେପି ନେତା ପ୍ରବୀଣ ଦାରେକର ବୁଧବାର କହିଛନ୍ତି ଯେ, ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ତାଙ୍କ ଏନସିପିର ନିରାଶାଜନକ ପ୍ରଦର୍ଶନ ପରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର)ର କିଛି ସାଂସଦ ବିଜେପିରେ ଯୋଗ ଦେଇପାରନ୍ତି।
ଦାରେକରଙ୍କ ଏହି ବିବୃତି ରାଜ୍ୟ ରାଜନୀତିରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ପାୱାର ଦଳର ସାଂସଦମାନେ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ଗତକାଲି ରାତିରେ ଅରବିନ୍ଦ କେଜ୍ରିୱାଲ ଏବଂ ଅଭିଷେକ ମନୁ ସିଂଭିଙ୍କ ସହ ବହୁ ଦଳର ସାଂସଦ ଉପସ୍ଥିତ ଥିଲେ। ଲୋକସଭା ନିର୍ବାଚନରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ୧୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏହା ସହିତ ଦଳ ୮ଟି ଆସନ ଜିତିଥିଲା। ଶରଦ ପାୱାରଙ୍କ ଦଳର ଲୋକସଭା ସଦସ୍ୟମାନଙ୍କ ମଧ୍ୟରେ ତାଙ୍କ ଝିଅ ସୁପ୍ରିୟା ସୁଲେ ଅଛନ୍ତି।
ଅଧିକ ପଢ଼ନ୍ତୁ: ଆସନ୍ତା ବର୍ଷରୁ ଏଟିଏମରୁ ଉଠାଇହେବ ପିଏଫ୍ ଟଙ୍କା !
ଦାରେକର କହିଛନ୍ତି ଯେ, ଅନେକ ଏମଭିଏ ସାଂସଦ ବିଶେଷକରି ଏନସିପି-ଶରଧାଚନ୍ଦ୍ର ପାୱାର ସାଂସଦ ସେହି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି, ଯେଉଁଠାରେ ବିଜେପି ନେତୃତ୍ୱାଧୀନ ସହଯୋଗୀ ଦଳ ବିଧାନସଭା ନିର୍ବାଚନରେ ସର୍ବାଧିକ ସଂଖ୍ୟକ ଆସନ ଜିତିଛି। ଦାରେକର କହିଛନ୍ତି, ଯଦି ବିକାଶ ସେମାନଙ୍କର ପ୍ରାଥମିକତା, ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଜେପି ନେତୃତ୍ୱାଧୀନ ମିଳିତ ମଞ୍ଚ ଦ୍ୱାରା ନିୟନ୍ତ୍ରିତ ହେବେ। ଏଭଳି ପରିସ୍ଥିତିରେ ସେମାନେ ନିଜ ନିଜ ରାଜନୈତିକ ଭବିଷ୍ୟତକୁ ଯତ୍ନର ସହ ବିଚାର କରିପାରିବେ।
ବିଜେପି ନେତା ପ୍ରବୀଣ ଦାରେକରଙ୍କ ବିବୃତି ନେଇ ଏନସିପି (ଏସପି) ନେତା ବିଦ୍ୟା ଚୌହ୍ବାନଙ୍କ ପ୍ରତିକ୍ରିୟା ଆସିଛି। ବିଦ୍ୟା କହିଛନ୍ତି ଦାରେକରଙ୍କ ଦାବିର କୌଣସି ସତ୍ୟତା ନାହିଁ। ସେ କହିଛନ୍ତି, ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡି (ୟୁ) ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ଗୁରୁତ୍ୱପୂର୍ଣ୍ଣ ସହଯୋଗରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ ହୋଇଛି। ସମର୍ଥନ ହରାଇବା ନେଇ ସେମାନେ ଭୟ କରୁଛନ୍ତି। ସେଥିପାଇଁ ଏଭଳି ବିବୃତି ଦିଆଯାଉଛି। ବିଦ୍ୟା କହିଛନ୍ତି, ଆମର ସାଂସଦମାନେ ସଂକଳ୍ପବଦ୍ଧ ଏବଂ ମିଳିତ ମଞ୍ଚ ପ୍ରତି ବିଶ୍ୱାସଘାତକତା କରିବେ ନାହିଁ।
ଅଧିକ ପଢ଼ନ୍ତୁ: ସିରିଆ ବିଜୟ ପରେ ଦୁଇ ଶତ୍ରୁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରିବେ ଏର୍ଦୋଗନ