କଙ୍ଗନାଙ୍କୁ ନେଇ ମେଣ୍ଟରେ ଫାଟ, ଉଦ୍ଧବଙ୍କୁ ଭେଟିଲେ ଶରଦ ପାୱାର

Advertisment
ରୁଟି ଓଲଟାଇବାର ସମୟ ଆସିଗଲାଣି, ବିଳମ୍ବ ନ ହେବା ଆବଶ୍ୟକ: ଶରଦ ପାୱାର

Newsmobile

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଫିସ ଭଙ୍ଗା ନେଇ ମହାରାଷ୍ଟ୍ରର ମେଣ୍ଟ ସରକାରରେ ଫାଟ ଭଳି ସ୍ଥିତି ସୃଷ୍ଟି ହୋଇଛି। ଆଜି ଏନ୍‌ସିପି ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମେତ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବାରମ୍ବାର ଭେଟିଛନ୍ତି। କଙ୍ଗନାଙ୍କ ଅଫିସ ଭାଙ୍ଗିବା ନେଇ ବିଏମ୍‌ସି ଏତେ ମାତ୍ରାରେ ପ୍ରତିକ୍ରିୟାଶୀଳ ହେବା ଉଚିତ୍‌ ହୋଇନି ବୋଲି ଶରଦ ପାୱାର କହିଛନ୍ତି। ଏହା ପୂର୍ବରୁ ପାୱାର ନିଜର ଅସନ୍ତୋଷ ପ୍ରକାଶ କରି ବିଏମ୍‌ସି ଶିବସେନା ଦ୍ବାରା ନିୟନ୍ତ୍ରିତ ବୋଲି ଗଣମାଧ୍ୟମକୁ କହିଥିଲେ। ବିଏମ୍‌ସି କଙ୍ଗନା ରାଣାୱତଙ୍କ ସହ ମୁହାଁମୁହିଁ ହୋଇ ଅଯଥା ପ୍ରଚାରରୁ ନିବୃତ୍ତ ରହିବାକୁ ପାୱାର କହିଛନ୍ତି। ମୁମ୍ବାଇରେ ବେଆଇନ୍‌ ନିର୍ମ‌ାଣ କିଛି ନୂଆ କଥା ନୁହେଁ। କିନ୍ତୁ ଏହାକୁ ଆଳ କରି ଅଭିନେତ୍ରୀ କଙ୍ଗନାଙ୍କ ଅଫିସ ଭାଙ୍ଗି ବିଏମ୍‌ସି ପ୍ରତିଶୋଧପରାୟଣ ହୋଇପଡ଼ିଛି ବୋଲି ପାୱାର କହିଛନ୍ତି। ଅପରପକ୍ଷେ, ଏହି ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ଯେଉଁଭଳି ଭାବେ ଖବର ପରିବେଷଣ କରୁଛନ୍ତି ପାୱାର ତାହାର ନିନ୍ଦା କରିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ କଙ୍ଗନା ରାଣାୱତ ମୁମ୍ବାଇକୁ ‘ପାକ୍‌ ଅଧିକୃତ କାଶ୍ମୀର’ ସହ ତୁଳନା କରି ଶିବସେନା ଓ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟ୍‌କୁ ଆସିଥିଲେ। କଙ୍ଗନା ତୁରନ୍ତ ମୁମ୍ବାଇ ଛାଡ଼ି ଦିଅନ୍ତୁ ଏବଂ ତାଙ୍କର ମୁମ୍ବାଇରେ ରହିବାର ଅଧିକାର ନାହିଁ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏବଂ ଶିବସେନା ସାଂସଦ ସଞ୍ଜୟ ରାଉତ କହିଥି‌ଲେ। ଏହାକୁ ନେଇ କଙ୍ଗନା ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe