ଶରଦ ପାଓ୍ୱାରଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କରାଯିବା ସପକ୍ଷରେ ଏନସିପି ଓ ଶିବସେନା

Advertisment
ଏନସିପି କାହାର ? ଶରଦ ପାଓ୍ବାରଙ୍କୁ ନୋଟିସ ଜାରି କଲେ ନିର୍ବାଚନ କମିସନ

image source-oneindia

ମୁମ୍ବାଇ: ଏନସିପିର ଅଧ୍ୟକ୍ଷ ଶରଦ ପାଓ୍ୱାରଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କରାଯିବା ସପକ୍ଷରେ ଏବେ ଏନସିପି ଓ ଶିବସେନା ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଗଲାଣି। ଗତକାଲି ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏନେଇ ନିଜର ମତ ରଖିଥିଲେ । ସେ କହିଥିଲେ ଯେ ଦେଶର ଜଣେ ବରିଷ୍ଠ ନେତା ଶରଦ ପାଓ୍ୱାରଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କରାଯିବା ସପକ୍ଷରେ ବିଚାର ହେବା ଉଚିତ।

ଠିକ୍ ସେହିପରି ଏନସିପି ସାଂସଦ ମାଜିଦ ମେମନ କହିଛନ୍ତି ଯେ, ଶରଦ ପାଓ୍ୱାରଙ୍କୁ ରାଷ୍ଟ୍ରପତି ବନାଇବା ପାଇଁ ସମର୍ଥନ ହାସଲ ନିମନ୍ତେ ଚେଷ୍ଟା ଆରମ୍ଭ ହୋଇଛି । ଏହାର ସକାରାତ୍ମକ ସଙ୍କେତ ମିଳୁଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୨ ସୁଦ୍ଧା ଏଥିପାଇଁ ସମସ୍ତ ଅଣ ବିଜେପି ଦଳକୁ ଏକାଠି କରାଯିବ। ୨୦୨୨ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଶରଦ ପାଓ୍ୱାର ବିଜୟୀ ହେଲେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିର ଲହରକୁ ମଧ୍ୟ ହ୍ରାସ କରିବାରେ ସହଯୋଗ ମିଳିବ ।

Image result for majid memon image source-india today

ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଗଠନରେ ଶରଦ ପାଓ୍ୱାର କିଙ୍ଗ ମେକର ଭୂମିକାରେ ଆସିବା ପରେ ଏବେ କିଛି ଅଣ ବିଜେପି ନେତା ଶରଦଙ୍କୁ ରାଷ୍ଟ୍ରପତି ପଦରେ ଦେଖିବାକୁ ଚାହୁଁଛନ୍ତି ବୋଲି ମାଜିଦ ମେମନ କହିଛନ୍ତି ।
ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ପରେ ଦେଶରେ ଶରଦ ପାଓ୍ୱାରଙ୍କ ରାଜନୈତିକ ଗୁରୁତ୍ୱ ଦେଶରେ ମଧ୍ୟ ବଢିଛି ବୋଲି ସାଂସଦ ମାଜିଦ ମେମନ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe