ଆଉ ନିର୍ବାଚନ ଲଢିବିନି: ଶରଦ ପାଓ୍ବାର

ଶରଦ ପାୱାର ତାଙ୍କ ଗଡ଼ ବାରାମତୀରେ କହିଛନ୍ତି, "ମୁଁ କହିବାକୁ ଚାହୁଁଛି ଯେ ମୁଁ ଆଉ ସରକାରରେ ନାହିଁ। ରାଜ୍ୟସଭା କାର୍ଯ୍ୟକାଳ ଆଉ ଦେଢ଼ ବର୍ଷ ବାକି ଅଛି। ଏହାପରେ ରାଜ୍ୟସଭାକୁ ଯିବି କି ନାହିଁ ସେ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ମୁଁ ଏବେ ଆଉ ନିର୍ବାଚନ ଲଢ଼ିବି ନାହିଁ।

ଅଦ୍ୟତନ ହୋଇଛି
sp

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଉଭୟ ମହାବିକାଶ ଆଘାଡି ଓ ମହାଯୁତି ମେଣ୍ଟ ରାଜ୍ୟବାସୀଙ୍କୁ ନିଜ ସପକ୍ଷରେ ଜିତିବା ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି। ସେପଟେ ମହାରାଷ୍ଟ୍ର ରାଜନୀତିର ଅନ୍ୟତମ ପୁରୁଖା ନେତା କୁହାଯାଉଥିବା ଶରଦ ପାୱାର ଏକ ବୟାନ ଦେଇଛନ୍ତି ଯାହାକୁ ସକ୍ରିୟ ରାଜନୀତିରୁ ତାଙ୍କର ଅବସର ସଂକେତ ବୋଲି ବୁଝାଯାଉଛି । 

ଶରଦ ପାୱାର ତାଙ୍କ ଗଡ଼ ବାରାମତୀରେ କହିଛନ୍ତି, "ମୁଁ କହିବାକୁ ଚାହୁଁଛି ଯେ ମୁଁ ଆଉ ସରକାରରେ ନାହିଁ। ରାଜ୍ୟସଭା କାର୍ଯ୍ୟକାଳ ଆଉ ଦେଢ଼ ବର୍ଷ ବାକି ଅଛି। ଏହାପରେ ରାଜ୍ୟସଭାକୁ ଯିବି କି ନାହିଁ ସେ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ମୁଁ ଏବେ ଆଉ ନିର୍ବାଚନ ଲଢ଼ିବି ନାହିଁ। ମୁଁ ୧୪ଟି ନିର୍ବାଚନ ଲଢ଼ିଛି। ମୁଁ ଏବେ ବିଧାୟକ ହେବାକୁ ଚାହୁଁନାହିଁ କି ସାଂସଦ ହେବାକୁ ଚାହୁଁନାହିଁ। ମୋତେ ଲୋକଙ୍କ ପ୍ରଶ୍ନର ସମାଧାନ କରିବାକୁ ପଡ଼ିବ। ଏହି ଅବସରରେ ସେ ତାଙ୍କ ପୁତୁରା ଯୁଗେନ୍ଦ୍ର ପାୱାରଙ୍କ କଥା ଉଲ୍ଲେଖ କରି କହିଛନ୍ତି ଯେ ଯୁଗେନ୍ଦ୍ର ନିର୍ବାଚିତ ହେଲେ ସେଠାକାର ଲୋକଙ୍କ ସମସ୍ୟାର ନିଶ୍ଚିତ ସମାଧାନ କରିବେ।

ମୁଁ ଏବେ ଆଉ ନିର୍ବାଚନ ଲଢ଼ିବି ନାହିଁ। ମୁଁ ୧୪ଟି ନିର୍ବାଚନ ଲଢ଼ିଛି। ମୁଁ ଏବେ ବିଧାୟକ ହେବାକୁ ଚାହୁଁନାହିଁ କି ସାଂସଦ ହେବାକୁ ଚାହୁଁନାହିଁ। ମୋତେ ଲୋକଙ୍କ ପ୍ରଶ୍ନର ସମାଧାନ କରିବାକୁ ପଡ଼ିବ।

ଯୁଗେନ୍ଦ୍ର ବାରାମତୀରୁ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି (ଏସପି) ପ୍ରାର୍ଥୀ, ଯେଉଁଠାରେ ସେ ତାଙ୍କ ବଡ଼ବାପା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଶରଦ ପାୱାର ନିଜେ ବାରାମତିରୁ ଯୁଗେନ୍ଦ୍ରଙ୍କ ପାଇଁ ପ୍ରଚାର କରୁଛନ୍ତି। ନଭେମ୍ବର ୨୦ତାରିଖରେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ ଓ ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe