‘ଜି୨୦’ ରାତ୍ରଭୋଜିରେ ସୁନା ଓ ରୁପା ଥାଳିରେ ଅତିଥିଙ୍କୁ ଭୋଜନ ପରିବେଷଣ; ସରକାରଙ୍କୁ ସମାଲୋଚନା କଲେ ଶରଦ ପାୱାର୍‌

Advertisment
‘ଜି୨୦’ ରାତ୍ରଭୋଜିରେ ସୁନା ଓ ରୁପା ଥାଳିରେ ଅତିଥିଙ୍କୁ ଭୋଜନ ପରିବେଷଣ; ସରକାରଙ୍କୁ ସମାଲୋଚନା କଲେ ଶରଦ ପାୱାର୍‌

Image Courtesy of Hindustan News Hub

ମୁମ୍ବାଇ: ‘ଜି୨୦’ ଶିଖର ସମ୍ମିଳନୀ‌ ଅବସରରେ ଆୟୋଜିତ ରାତ୍ରଭୋଜିରେ ବିଶ୍ବନେତାମାନଙ୍କୁ ସୁନା ଓ ରୁପା ଥାଳିରେ ଖାଦ୍ୟ ପରିବେଷଣ କରିଥିବାରୁ ‘ଏନ୍‌ସିପି’ ନେତା ଶରଦ ପାୱାର ବିସ୍ମିତ ହେବା ସହିତ ରବିବାର ଦିନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି, ଆଗରୁ ମଧ୍ୟ ଭାରତରେ ଏଭଳି ୨ଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଥରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବ‌େଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଶ୍ବନେତୃବୃନ୍ଦ ଆସିଥିଲେ। କିନ୍ତୁ, ଅତିଥି ଅଭ୍ୟାଗତମାନଙ୍କ ପାଇଁ ରୁପା ଓ ସୁନା କଲେଇ କରା ବାସନରେ ଭୋଜନ ପରିବେଷଣ କରାଯାଇଥିବା କଥା ମୁଁ କେବେ ଶୁଣି ନ ଥିଲି।

publive-image Image Courtesy of India Posts English

ଗତକାଲି ଦକ୍ଷିଣ ମୁମ୍ବାଇରେ ତାଙ୍କ ଦଳୀୟ ବୈଠକ ଶେଷ ହେବା ପରେ ସାମ୍ବାଦିକମାନଙ୍କ ସହିତ ବାର୍ତ୍ତାଳାପ କରିବା ବେଳେ ପାୱାର୍‌ କହିଲେ, ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଭାରତ ଆଗମନ କରିଥିବା ବିଶ୍ବନେତାମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଯିବା ପ୍ରସଙ୍ଗରେ ମୁଁ ଏକମତ, କିନ୍ତୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ବାଦ ଦେଇ କେତେକ ଲୋକଙ୍କ ଖାତିର ‌ବଢ଼ାଇବା ପାଇଁ ଏଭଳି କାର୍ଯ୍ୟକ୍ରମର ଦୁରୁପଯୋଗ କରାଯିବା ଅନୁଚିତ।

ଏହି ଅନୁଷ୍ଠାନରେ ବ୍ୟୟବହୁଳ ସୁନା ଓ ରୁପା ଥାଳି ବ୍ୟବହାର କଥାରେ ନୈରାଶ୍ୟ ବ୍ୟକ୍ତ କରି ପାୱାର ଏହାକୁ ସରକାରଙ୍କ ହୀନମନ୍ୟତାର ଲକ୍ଷଣ ବୋଲି କହିଛନ୍ତି। ସରକାର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଏଡ଼ାଇ ବିଳାସବ୍ୟସନ ଉପରେ ଅଧିକ ଧ୍ୟାନ ଦେଉଥିବା କଥା ଏଥିରୁ ଜଣାପଡୁଛି।

ଜଣଙ୍କୁ ବଡ଼ କରି ଦେଖାଇବା ପାଇଁ ଏଭଳି କାର୍ଯ୍ୟକ୍ରମକୁ ଉପଯୋଗ କରାଯିବା ଉଚିତ କି, ଅନୁଚିତ ଦେଶବାସୀ ଆଲୋଚନା କରି ମତ ଦେବେ ବୋଲି ୮୨ ବର୍ଷିୟ ନେତା ଶରଦ ପାୱାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe