ଶରଦ ପାୱାରଙ୍କୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା

Advertisment

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଏନ୍‌ସିପିର ପ୍ରତିଷ୍ଠାତା ଶରଦ ପାୱାର ଓ ତାଙ୍କ ଦଳକୁ ବଡ଼ ଝଟ୍‌କା ଲାଗିଛି। ଅଜିତ ପାୱାରଙ୍କ ଏନ୍‌ସିପିକୁ  ଦଳର ଘଡ଼ି ଚିହ୍ନ  ବ୍ୟବହାର କରିବାରୁ ରୋକିବା ପାଇଁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଏନ୍‌ସିପିର ପ୍ରତିଷ୍ଠାତା ଶରଦ ପାୱାର ଓ ତାଙ୍କ ଦଳକୁ ବଡ଼ ଝଟ୍‌କା ଲାଗିଛି। ଅଜିତ ପାୱାରଙ୍କ ଏନ୍‌ସିପିକୁ  ଦଳର ଘଡ଼ି ଚିହ୍ନ  ବ୍ୟବହାର କରିବାରୁ ରୋକିବା ପାଇଁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ: ଶରଦ ଗୋଷ୍ଠୀକୁ ଫେରିବେ ଏନ୍‌ସିପିର ୧୫ ବିଧାୟକ!

ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଏନ୍‌ସିପିର ପ୍ରତିଷ୍ଠାତା ଶରଦ ପାୱାର ଓ ତାଙ୍କ ଦଳକୁ ବଡ଼ ଝଟ୍‌କା ଲାଗିଛି। ଅଜିତ ପାୱାରଙ୍କ ଏନ୍‌ସିପିକୁ  ଦଳର ଘଡ଼ି ଚିହ୍ନ  ବ୍ୟବହାର କରିବାରୁ ରୋକିବା ପାଇଁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏବେ  ମହାରାଷ୍ଟ୍ର  ବିଧାନସଭା ନିର୍ବାଚନରେ ଅଜିତ ପାୱାର ଗୋଷ୍ଠୀ  ଘଡ଼ି ଚିହ୍ନରେ ଭୋଟ୍‌ ମାଗିପାରିବେ। ଏନ୍‌ସିପି (ଶରଦ ପାୱାର) ଅକ୍ଟୋବର ୨ରେ ସୁପ୍ରିମ୍‌କୋର୍ଟରେ ଏକ ପିଟିସନ ଦାଖଲ କରି ଘଡ଼ି  ଚିହ୍ନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲା। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ନଭେମ୍ବର ୨୦ତାରିଖରେ ମତଦାନ ହେବ। ନଭେମ୍ବର ୨୩ରେ ଫଳାଫଳ ଆସିବ। ଏହା ପୂର୍ବରୁ ଆଜି ସୁପ୍ରିମ୍‌କୋର୍ଟ ରାୟ ଶରଦ ପାୱାରଙ୍କ ଦଳକୁ ନିରାଶ କରିଛି।

ମହାରାଷ୍ଟ୍ର ନିର୍ବାଚନରେ ଅଜିତ ପାୱାର ଗୋଷ୍ଠୀ ଦଳର ମୂଳ ନିର୍ବାଚନ ଚିହ୍ନ  ଘଡ଼ି ବ୍ୟବହାର କରିପାରିବେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। କିନ୍ତୁ ସେମାନଙ୍କୁ ଏ ବାବଦ ନିର୍ଦ୍ଦିଷ୍ଟ ସୂଚନା  ମଧ୍ୟ ଦେବାକୁ ପଡ଼ିବ। ଅଦାଲତ କହିଛନ୍ତି, ଅଜିତ ପାୱାର ଗୋଷ୍ଠୀ ‘ଘଡ଼ି’ ଚିହ୍ନ ସହିତ ଅଦାଲତରେ ଏ ବାବଦ ନିୟମ ପାଳନ କରିବା ପାଇଁ  ଏକ ସତ୍ୟପାଠ ମଧ୍ୟ ଦେବେ। ମାମଲା ବିଚାରାଧୀନ ଥିବାରୁ ଏଭଳି ନିର୍ଦ୍ଦେଶ ପାଳନ କରବାକୁ ଏନ୍‌ସିପି ବାଧ୍ୟ ବୋଲି ଅଦାଲତ କହିଛନ୍ତି। 

ସୂଚନାଯୋଗ୍ୟ, ନିର୍ବାଚନ କମିସନ ଅଜିତ ପାୱାରଙ୍କ ଏନ୍‌ସିପିକୁ ପ୍ରକୃତ ଦଳ ଭାବରେ ବିଚାର କରି ଘଡ଼ି ନିର୍ବାଚନ ଚିହ୍ନ ବ୍ୟବହାର କରିବାର ଅଧିକାର ଦେଇଥିଲେ। କୋର୍ଟରେ ଯୁକ୍ତି ଉପସ୍ଥାପନ ବେଳେ ଶରଦ ପାୱାରଙ୍କ ଓକିଲ ଅଭିଷେକ ମନୁ ସିଂଘଭି କହିଛନ୍ତି, ଅଜିତ ପାୱାର ଗୋଷ୍ଠୀ ଦଳର ନିର୍ବାଚନ ଚିହ୍ନ ବ୍ୟବହାର ସଂକ୍ରାନ୍ତ ନିର୍ଦ୍ଦେଶକୁ ଠିକ୍ ଭାବେ ପାଳନ କରିନାହାନ୍ତି। ମାମଲା ଅଦାଲତରେ ବିଚାରାଧୀନ ଥିବା ସତ୍ତ୍ବେ ସେମାନେ ଏହାକୁ ବେଆଇନ ଭାବେ ପୂର୍ଣ୍ଣ ଅଧିକାରର ସହ ବ୍ୟବହାର କରିଥିଲେ ବୋଲି ସିଂଘଭି କହିଥିଲେ।  ଅନ୍ୟପକ୍ଷରେ  ଅଜିତ ପାୱାରଙ୍କ ଓକିଲ ବଲବୀର ସିଂହ କହିଛନ୍ତି, ‘ସେମାନେ (ଶରଦ ପାୱାର ଗୋଷ୍ଠୀ) ଲୋକସଭା ନିର୍ବାଚନ ସମୟରେ ମଧ୍ୟ ସମାନ କଥା କହିଥିଲେ। ଅଦାଲତ ଘଡ଼ି  ଚିହ୍ନକୁ ଆମ ପାଖରେ ରହିବାକୁ ଅନୁମତି ଦେଇଛନ୍ତି ଏବଂ ଆଇନତଃ ଆମେ ଏହାର ବ୍ୟବହାର କରୁଛୁ।’ ଏହାପରେ ଉଭୟ ଦଳକୁ  ଭିନ୍ନ ଭିନ୍ନ ଚିହ୍ନ ଦିଆଯିବା ଦରକାର ବୋଲି ସିଂଘଭି ଯୁକ୍ତି ରଖିଥିଲେ।  ସେ କହିଥିଲେ ଯେ ଅଜିତ ପାୱାର ଗୋଷ୍ଠୀକୁ ନିର୍ବାଚନ ଆୟୋଗ ଆଉ ଏକ ଚିହ୍ନ ଆବଣ୍ଟନ ନକଲେ ସାଧାରଣରେ ବହୁତ ବଡ଼ ବିଭ୍ରାନ୍ତି ସୃଷ୍ଟି ହେବ। ଏବେ ଶରଦ ପାୱାରଙ୍କ ଏନ୍‌ସିପିକୁ ‘ତୁରା ବଜାଉଥିବା ବ୍ୟକ୍ତି’ ଚିହ୍ନ ଦିଆଯାଇଛି। ଘଡ଼ି ମାମଲା ବିଚାରାଧୀନ ରହିଛି। ତେଣୁ ଅନ୍ତରୀଣ ସର୍ତ୍ତମୂଳକ ଭିତ୍ତିରେ ଅଜିତ ପାୱାର ଗୋଷ୍ଠୀକୁ ଘଡ଼ି ଚିହ୍ନ  ଆବଣ୍ଟନ କରିବା ନିଷ୍ପତ୍ତି ଭୁଲ୍‌ ଥିଲା ବୋଲି ସିଂଘଭି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe