ଶରିଫ ଏବଂ ତାଙ୍କ ପରିବାରକୁ ପାକିସ୍ତାନ ଛାଡ଼ିବା ମନା ହୋଇ ପାରେ

Advertisment
ଶରିଫ ଏବଂ ତାଙ୍କ ପରିବାରକୁ ପାକିସ୍ତାନ ଛାଡ଼ିବା ମନା ହୋଇ ପାରେ

Image Courtesy of TOI

ଇସ୍‌ଲାମାବାଦ: ବହିଷ୍କୃତ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ଶରିଫ୍‌ ଏବଂ ତାଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କୁ ପାକିସ୍ତାନରୁ ବାହାରକୁ ଯିବା ମନା ହୋଇ ପାରେ। ପାନାମା ପେପର୍‌ ମାମଲାରେ ସେମାନଙ୍କର ସମ୍ପୃକ୍ତି ଥିବାରୁ ଦେଶର ଆଣ୍ଟି-ଗ୍ରାଫ୍‌ଟ୍‌ ଓ୍ଵାଚ୍‌ଡଗ୍‌ ଏକ୍‌ଜିଟ୍‌ କଣ୍ଟ୍ରୋଲ୍‌ ଲିଷ୍ଟ୍‍ରେ ସେମାନଙ୍କ ନାମ ସାମିଲ୍‌ କରିବା ପ୍ରକ୍ରିୟା ଆରମ୍ଭ କରିଛି ବୋଲି ଶନିବାର ଦିନ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି।

ଲଣ୍ଡନ୍‌ସ୍ଥି ସମ୍ପତ୍ତି ମାଲିକାନା ମାମଲାରେ ଶରିଫ ଏବଂ ତାଙ୍କ ପରିବାରର କେତେ ଜଣ ସଦସ୍ୟ ଚାର୍ଜର ସମ୍ମୁଖୀନ ହୋଇଛନ୍ତି। ଅଘୋଷିତ ଆୟ ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାରୁ ଗତ ଜୁଲାଇ ମାସରେ ସେ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ଥଫା ଦେଇଥିଲେ।

ସୁପ୍ରିମ୍‌ କୋର୍ଟଙ୍କ ଜୁଲାଇ ରାୟ ପରେ ଶରିଫ, ତାଙ୍କ ସନ୍ତାନସନ୍ତତି ଏବଂ ଜ୍ୱାଇଁଙ୍କ ବିରୋଧରେ ସେପ୍ଟେମ୍ବର ୮ ତାରିଖ ଦିନ ନ୍ୟାସ୍‌ନାଲ୍‌ ଆକାଉଣ୍ଟାବିଲିଟି ବ୍ୟୁରୋ (ଏନ୍‌ଏବି) ଆକାଉଣ୍ଟାବିଲିଟି କୋର୍ଟ ଇସ୍‌ଲାମାବାଦରେ ତିନୋଟି ମାମଲା ରୁଜୁ କରିଥିଲା।

ସମ୍ବାଦପତ୍ର ‘ଡନ୍‌’ ରିପୋର୍ଟ ଅନୁସାରେ ଲାହୋର ସ୍ଥିତ ଏନ୍‌ଏବି କାର୍ଯ୍ୟାଳୟ ଶୁକ୍ରବାର ଦିନ ଶରିଫ୍‌, ତାଙ୍କ ପୁତ୍ର ହୁସେନ୍‌ ଏବଂ ହସନ, ଝିଅ ମରିୟାମ୍‌ ଏବଂ ଜାମାତା ମହମ୍ମଦ ସଫ୍‌ଦର୍‌ଙ୍କ ନାମ ଏକ୍‌ଜିଟ୍‌ କଣ୍ଟ୍ରୋଲ୍‌ ଲିଷ୍ଟ୍‍ରେ (ଇସିଏଲ୍‌) ଦରଜ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

ଏନ୍‌ଏବିର ଇସ୍‌ଲାମାବାଦ ମୁଖପାତ୍ରଙ୍କ କହିବାନୁସାରେ, ଯଦି ଇସିଏଲ୍‌ ତାଲିକାଭୁକ୍ତ ହୁଅନ୍ତି ତେବେ ପରିବାରର ସଦସ୍ୟମାନେ ଭ୍ରମଣ କଟକଣାର ସମ୍ମୁଖୀନ ହୋଇ ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe