Sambad English
କୋଲକାତା: ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ କନ୍ୟା ଶର୍ମିଷ୍ଠା ମୁଖାର୍ଜୀ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ତାଙ୍କ ପରିବାରର ସେ ଥିଲେ ଶେଷ କଂଗ୍ରେସ ସଦସ୍ୟ। ତାଙ୍କ ଭାଇ ଅଭିଜିତ ମୁଖାର୍ଜୀ କିଛିଦିନ ପୂର୍ବେ କଂଗ୍ରେସ ଛାଡ଼ି ତୃଣମୂଳରେ ସାମିଲ ହୋଇଥିଲେ। ଶର୍ମିଷ୍ଠା ଟ୍ବିଟ୍ କରି କହିଛନ୍ତି, ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଉଛନ୍ତି, କିନ୍ତୁ କଂଗ୍ରେସର ପ୍ରାଥମିକ ସଦସ୍ୟ ହୋଇ ରହିବେ। ‘ଯଦି କେହି ଦେଶ ସେବା କରିବାକୁ ଚାହିଁବ ତେବେ ରାଜନୀତି ବ୍ୟତୀତ ଅନ୍ୟ ମାଧ୍ୟମରେ ବି କରିପାରିବ। କଂଗ୍ରେସ ଦଳ ପ୍ରତି ସେ ବୀତସ୍ପୃହ ନୁହନ୍ତି କିମ୍ବା ଅନ୍ୟ କୌଣସି ଦଳରେ ସାମିଲ ସମ୍ଭାବନା ନାହିଁ ବୋଲି ଶର୍ମିଷ୍ଠା କହିଛନ୍ତି।
Follow Us