ଥିରୁବନନ୍ତପୁରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କରିଥିବା ପ୍ରଶଂସାକୁ କଂଗ୍ରେସ ନେତା ଶଶି ଥରୁର ସମର୍ଥନ କରିଥିବାରୁ କେରଳ କଂଗ୍ରେସ ଏଥିରେ କ୍ଷୁବ୍ଧ ହୋଇଛି। ଥିରୁବନନ୍ତପୁରମରୁ କଂଗ୍ରେସର ଲୋକସଭା ଏମ୍ପି ଥିବା ଶ୍ରୀ ଥରୁର୍ଙ୍କଠାରୁ କେରଳ ପ୍ରଦେଶ କଂଗ୍ରେସ ମୁଖ୍ୟ ଏ ନେଇ ଜବାବ ମାଗିଛନ୍ତି। କଂଗ୍ରେସରେ ରହି ଥରୁର ମୋଦୀଙ୍କୁ ପ୍ରଶଂସା କରିପାରିବେ ନାହିଁ। ଆମେ ତାଙ୍କଠାରୁ ଉତ୍ତର ମାଗିଛୁ। ତାଙ୍କ ଉତ୍ତର ମିଳିବା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି କେରଳ କଂଗ୍ରେସ ସଭାପତି ମୁଲାପାଲ୍ଲି ରାମଚନ୍ଦ୍ରନ କନ୍ନୁରଠାରେ କହିଛନ୍ତି।
ଥରୁରଙ୍କଠାରୁ ଜବାବ ମାଗିଲା କେରଳ କଂଗ୍ରେସ
Advertisment
Follow Us