Image Courtesy of Zee News
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ସାମରିକ ଏକଚ୍ଛତ୍ରବାଦୀ ଶାସକ ଜେନେରାଲ୍ ପର୍ୱେଜ୍ ମୁଶାରଫ୍ଙ୍କ ବିୟୋଗ ପରେ ଦେଇଥିବା ଶୋକବାର୍ତ୍ତା ପାଇଁ ଭୀଷଣ ସମାଲୋଚିତ ହୋଇଥିବା କେରଳ କଂଗ୍ରେସ ସାଂସଦ ଶଶୀ ଥରୁର୍ ରବିବାର ରାତିରେ ପ୍ରତିକ୍ରିୟା ବ୍ୟକ୍ତ କରିବା ସହିତ ସ୍ପଷ୍ଟୀକରଣ ଦେଇଛନ୍ତି।
ଶୋକବାର୍ତ୍ତାରେ ସାଂସଦ ଶଶୀ ଥରୁର୍ କହିଥିଲେ: ଶାନ୍ତିର ବାସ୍ତବ ଶକ୍ତି ସାଜିଲେ ଶତ୍ରୁ।
ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ସେ ଟୁଇଟ୍ କରି କହିଛନ୍ତି, ଯେତେ ବେଳେ ଜଣେ ମରିଯାଏ ତାଙ୍କ ବିଷୟରେ ଦୟାର୍ଦ୍ର ଭାବେ କୁହାଯାଉଥିବା ଭାରତରେ ମୁଁ ମଣିଷ ହୋଇଛି। ମୁଶାରଫ୍ ଥିଲେ ଜଣେ ଅକ୍ଷମଣୀୟ ଶ୍ରତୁ ଏବଂ କାର୍ଗିଲ୍ ଯୁଦ୍ଧ ନିମନ୍ତେ ଉତ୍ତରଦାୟୀ। କିନ୍ତୁ, ସ୍ବାର୍ଥ ପାଇଁ ସେ ୨୦୦୨-୭ ପର୍ଯ୍ୟନ୍ତ ସେ ଭାରତ ସହିତ ଶାନ୍ତି ପାଇଁ କାର୍ଯ୍ୟ ବି କରିଛନ୍ତି। ସେ ମିତ୍ର ନ ଥିଲେ କିନ୍ତୁ, ଶାନ୍ତି ଯୋଗୁଁ ହାସଲ କରିହେଉଥିବା ଉପକାର ପ୍ରତି ସଜାଗ ଥିଲେ। ଯେମିତି ଆମେ ସଚେତନ ଅଛନ୍ତି।
Image Courtesy of Mintରବିବାର ଦିନ ଥରୁର୍ ଶୋକବାର୍ତ୍ତାରେ ଉଲ୍ଲେଖ କରିଥିଲେ ଯେ, ଦିନେ ଭାରତର ଅକ୍ଷମଣୀୟ ଶତ୍ରୁ ଥିବା ବ୍ୟକ୍ତି ୨୦୦୨-୨୦୦୭ ମଧ୍ୟରେ ଶାନ୍ତିର ବାସ୍ତବ ଶକ୍ତି ହୋଇଥିଲେ। ସେତେବେଳେ ପ୍ରତି ବର୍ଷ ମୁଁ ତାଙ୍କୁ ଭେଟୁଥିଲି। ସେ ଥିଲେ ଚଳଚଞ୍ଚଳ, ଆକର୍ଷଣୀୟ ଏବଂ ରଣନୈତିକ ଚିନ୍ତାଧାରାରେ ସ୍ପଷ୍ଟ।
ସୂଚନାଯୋଗ୍ୟ, ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ସଂଯୁକ୍ତ ଆରବ ଏମିରେଟ୍ସ୍ରେ ଥିବା ଗୋଟାଏ ଆମେରିକୀୟ ଡାକ୍ତରଖାନାରେ ରବିବାର ଦିନ ପର୍ୱେଜ୍ ମୁଶାରଫ୍ଙ୍କର ମୃତ୍ୟୁ ଘଟିଥିବା କଥା ‘ଡେଲି ପାକିସ୍ତାନ’ ରିପୋର୍ଟ କରିଥିଲା।
Follow Us