୬ଜଣ ମହିଳା ସାଂସଦଙ୍କ ସହ ଫଟୋ ସେୟାର କରି ଏଭଳି ଲେଖିଲେ ଶଶି ଥରୁର, ଟ୍ରୋଲ କଲେ ଲୋକେ

Advertisment
୬ଜଣ ମହିଳା ସାଂସଦଙ୍କ ସହ ଫଟୋ ସେୟାର କରି ଏଭଳି ଲେଖିଲେ ଶଶି ଥରୁର, ଟ୍ରୋଲ କଲେ ଲୋକେ

ନୂଆଦିଲ୍ଲୀ: ଶଶିଙ୍କୁ ଭାରି ପଡ଼ିଲା ସେଲଫି। ୬ଜଣ ମହିଳା ସାଂସଦଙ୍କ ସହ ଫଟୋ ସେୟାର କରି ସମାଲୋଚନାର ଶିକାର ହେଲେ କଂଗ୍ରେସ ସାଂସଦ ଶଶି ଥରୁର। ଫଟୋ ଟ୍ବିଟ କରିବା ସହ କ୍ୟାପସନରେ ଲେଖିଥିବା ଲେଖା ପାଇଁ ଏବେ ମହିଳାଙ୍କ ଟାର୍ଗେଟକୁ ଆସିଛନ୍ତି ଶଶି ଥରୁର। ବିଶେଷକରି ଅନେକ ମହିଳା ଶଶି ଥରୁରଙ୍କ ଚିନ୍ତାଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଟ୍ବିଟରରେ ୬ଜଣ ମହିଳା ସାଂସଦଙ୍କ ସହ ଫଟୋ ଟ୍ବିଟ କରି ଶଶି ଥରୁର ଲେଖିଛନ୍ତି ଯେ, 'ଲୋକସଭା କାମ କରିବା ପାଇଁ ଆକର୍ଷଣୀୟ ସ୍ଥାନ ନୁହେଁ ବୋଲି କିଏ କହୁଛି? ଆଜି ସକାଳେ ମୋର ୬ଜଣ ସାଂସଦଙ୍କ ସହ। ଶଶି ଥରୁର ସେୟାର କରିଥିବା ଏହି ଫଟୋରେ କଂଗ୍ରେସ ସାଂସଦ ପ୍ରୀନିତ କୌର ଏବଂ ଜୋଥିମାନି, ଟିଏମସି ସାଂସଦ ନୁସରତ ଜାହାନ ଏବଂ ମିମି ଚକ୍ରବର୍ତ୍ତୀ, ଏନସିପି ସାଂସଦ ସୁପ୍ରିୟା ସୁଲେ, ଡିଏମକେ ସାଂସଦ ଥାମିଜାଚି ଥାଙ୍ଗାପାଣ୍ଡିଆନ ନଜର ଆସିଛନ୍ତି। ତାଙ୍କର ଏଭଳି ଟ୍ବିଟ ପରେ ମହିଳାଙ୍କୁ ନେଇ ଶଶି ଥରୁୁରଙ୍କର ଥିବା ଚିନ୍ତାଧାରା ଉପରେ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଶଶି ଥରୁର ନିର୍ବାଚିତ ରାଜନେତ୍ରୀମାନଙ୍କ ଦକ୍ଷତା ପରିବର୍ତ୍ତେ ସେମାନଙ୍କ ସୁନ୍ଦର ଚେହେରାରେ ସୀମିତ ରଖିବାକୁ ଚେଷ୍ଟା କରିଥିବା ନେଇ ଜଣେ ଟ୍ବିଟର ବ୍ୟବହାରକାରୀ କହିଥିବା ବେଳେ ଅନ୍ୟ ଜଣେ କହିଛନ୍ତି ଯେ, ଲୋକସଭାରେ ମହିଳାମାନେ କେବଳ ସୁନ୍ଦରତା ବୃଦ୍ଧି କରିବାକୁ ମନୋନୀତ ହୋଇଛନ୍ତି। ଏହି କାରଣରୁ କେତେକ ଦଳ ମହିଳା ସଂରକ୍ଷଣ ବିଲ୍ ପାଇଁ ଦାବି କରୁଛନ୍ତି।

ତେବେ ଏଭଳି ଟ୍ରୋଲିଂର ଶିକାର ହେବା ପରେ ଶଶି ଥରୁର ଆଉ ଏକ ଟ୍ବିଟ କରି ଲେଖିଛନ୍ତି ଯେ, 'ସେଲଫି (ମହିଳା ସାଂସଦମାନେ କହିବା ପରେ ନିଆଯାଇଥିଲା) ଏବଂ ସେମାନେ ହିଁ ମୋତେ ସେଭଳି ଢ଼ଙ୍ଗରେ ଟୁଇଟ୍ କରିବାକୁ କହିଥିଲେ। ମୁଁ ଦୁଃଖିତ ଯେ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି କିନ୍ତୁ ମୁଁ ଏହି ଏଭଳି ପରିବେଶରେ କାମ କରିବାକୁ ପସନ୍ଦ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe