‘ଆନ୍‌ ଏରା ଅଫ୍‌ ଡାର୍କନେସ୍‌: ବ୍ରିଟିଶ ଏମ୍ପାୟାର ଇନ୍‌ ଇଣ୍ଡିଆ’ ପୁସ୍ତକ ପାଇଁ ଶଶୀ ଥରୁର୍‌ ପାଇବେ ସାହିତ୍ୟ ଅକାଦେମି ପୁରସ୍କାର

Advertisment
‘ଆନ୍‌ ଏରା ଅଫ୍‌ ଡାର୍କନେସ୍‌: ବ୍ରିଟିଶ ଏମ୍ପାୟାର ଇନ୍‌ ଇଣ୍ଡିଆ’ ପୁସ୍ତକ ପାଇଁ ଶଶୀ ଥରୁର୍‌ ପାଇବେ ସାହିତ୍ୟ ଅକାଦେମି ପୁରସ୍କାର

CNBC TV18

ନୂଆଦିଲ୍ଲୀ: ଭାରତୀୟ ରାଜନେତା, ଲେଖକ ତଥା କଂଗ୍ରେସ ଦଳର ସଦସ୍ୟ ଶଶୀ ଥରୁର୍‌ ପାଇବେ ଚଳିତବର୍ଷର ସମ୍ମାନଜନକ ସାହିତ୍ୟ ଅକାଦେମି ପୁରସ୍କାର। ସେ ତାଙ୍କ ପୁସ୍ତକ ‘ଆନ୍‌ ଏରା ଅଫ୍‌ ଡାର୍କନେସ୍‌: ବ୍ରିଟିଶ ଏମ୍ପାୟାର ଇନ୍‌ ଇଣ୍ଡିଆ’ ପାଇଁ ଏହି ପୁରସ୍କାର ପାଉଛନ୍ତି। ପୁସ୍ତକଟି ୨୦୧୬ ମସିହାରେ ପ୍ରକାଶ ପାଇଥିଲା।

ଏ ସଂପର୍କରେ ଆଜି ସାହିତ୍ୟ ଅକାଦେମି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣାନାମା ପ୍ରକାଶ ପାଇଛି। ସାହିତ୍ୟ ଅକାଦେମିର ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଅକାଦେମିର କାର୍ଯ୍ୟକାରୀ କମିଟି ବୈଠକରେ ଓଡ଼ିଆ ସମେତ ୨୩ଟି ଭାରତୀୟ ଭାଷା ପାଇଁ ଚଳିତ ବର୍ଷର ଅକାଦେମି ପୁରସ୍କାର ଘୋଷଣା କରାଯାଇଛି। ବିଜେତାମାନଙ୍କ ମଧ୍ୟରୁ ଶଶୀ ଥରୁର୍‌ ଅନ୍ୟତମ।

publive-image Indus Scrolls

ଶଶୀ ଥରୁର୍‌ଙ୍କ ପୁସ୍ତକରେ ଭାରତ ଉପରେ ବ୍ରିଟିଶ ଶାସନର ପ୍ରଭାବ ଓ ଉପନିବେଶକାରୀମାନେ କିପରି ଦେଶକୁ ଶୋଷଣ କରିଥିଲେ ସେ ବିଷୟରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରାଯାଇଛି। ଲଣ୍ଡନରେ ଜନ୍ମଲାଭ କରିଥିବା ଥରୁର୍‌ ୧୯୭୫ ମସିହାରେ ଦିଲ୍ଲୀର ସେଣ୍ଟ୍‌ ଷ୍ଟିଫେନ୍‌ସ କଲେଜରୁ ସ୍ନାତକ ଡିଗ୍ରି ପୂରା କରିଥିଲେ। ୧୯୭୮ ମସିହାରେ ଟଫ୍‌ଟସ ବିଶ୍ବ ବିଦ୍ୟାଳୟ ଅଧୀନରେ ଥିବା ଫ୍ଲେଚର୍‌ ସ୍କୁଲ୍‌ ଅଫ୍‌ ଲ ଆଣ୍ଡ ଡିପ୍ଲୋମାସିରୁ ଅର୍ନ୍ତଜାତୀୟ ସଂପର୍କ ଓ ବ୍ୟପାରରେ ଡକ୍ଟରେଟ କରିଛନ୍ତି।

ଇଂରାଜୀ ଭାଷାରେ ନିଜର ଦକ୍ଷତା ପାଇଁ ‌ସେ ବେଶ୍‌ ଲୋକପ୍ରିୟ। ତାଙ୍କ ଅନେକ ପୁସ୍ତକ ବେଷ୍ଟ୍‌ ସେଲ୍‌ର ବିବେଚିତ ହୋଇଛି। ସେଥିମଧ୍ୟରୁ ‘ହ୍ବାଏ ଆଇ ଆମ୍‌ ହିନ୍ଦୁ, ‘ପାରାଡୋକ୍ସିଆଲ୍‌ ପ୍ରାଇମ୍‌ ମିନିଷ୍ଟର୍‌ ଆଣ୍ଡ୍‌ ଇଙ୍ଗ୍‌ଲୋରିୟସ ଏମ୍ପାୟାର୍‌’ ଅନ୍ୟତମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe