Advertisment

ଖବର କାଗଜ ପଢ଼ୁଥିବା ବେଳେ କଂଗ୍ରେସ ନେତାଙ୍କ କୋଳରେ ଆସି ବସିପଡ଼ିଲା ମାଙ୍କଡ଼

Advertisment

ବଗିଚାରେ ବସି ଖବରକାଗଜ ପଢ଼ୁଥିବା ବେଳେ କଂଗ୍ରେସ ନେତା ଶଶି ଥରୁର କୋଳରେ ଆସି ବସିଲା ମାଙ୍କଡ଼। କଦଳୀ ଖାଇବା ପରେ ଶିଶି ଥରୁରଙ୍କୁ ଆଲିଙ୍ଗନ କରି ଘଟଣାସ୍ଥଳରେ ଚାଲିଗଲା ମାଙ୍କଡ଼।

ବଗିଚାରେ ବସି ଖବରକାଗଜ ପଢ଼ୁଥିବା ବେଳେ କଂଗ୍ରେସ ନେତା ଶଶି ଥରୁର କୋଳରେ ଆସି ବସିଲା ମାଙ୍କଡ଼। କଦଳୀ ଖାଇବା ପରେ ଶିଶି ଥରୁରଙ୍କୁ ଆଲିଙ୍ଗନ କରି ଘଟଣାସ୍ଥଳରେ ଚାଲିଗଲା ମାଙ୍କଡ଼।

ବପନ


ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ସୋସିଆଲ ମିଡିଆରେ ସକ୍ରିୟ ଥାଆନ୍ତି। ସେ ବିଭିନ୍ନ ପ୍ରକାର ପୋଷ୍ଟ ସେୟାର କରିବା ସହିତ ଅନେକ ପ୍ରସଙ୍ଗକୁ ନେଇ ନିଜର ମତାମତ ଦେଇଥାଆନ୍ତି। ସମ୍ପ୍ରତି ଶଶି ଥରୁର ଏକ୍ସରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫ‌ଟୋରେ ତାଙ୍କ କୋଳରେ ଏକ ମାଙ୍କଡ଼ ବସିଥିବା ଦେଖିବାକୁ ମିଳୁଛି। 

ମାଙ୍କଡ଼ ସହିତ ନିଜର ଫଟୋ‌କୁ ଏକ୍ସରେ ସେୟାର କରି ଶଶି ଥରୁର ଲେଖିଛନ୍ତି, ‘ମୁଁ ସକାଳୁ ସକାଳୁ ବଗିଚାରେ ବସି ଖବରକାଗଜ ପଢ଼ୁଥିଲି। ଏହି ସମୟ‌ରେ ମୁଁ କିଛି ବୁଝିବା ପୂର୍ବରୁ ଏକ ମାଙ୍କଡ଼ ମୋ ପାଖକୁ ଚାଲି ଆସିଥିଲା। ଆଉ ମୋ କୋଳରେ ବସିପଡ଼ିଥିଲା। ମୁଁ ଏହି ପରିସ୍ଥିତିରେ ଆଦୌ ବିଚଳିତ ନ‌ହୋଇ ଶାନ୍ତ ରହିବାକୁ ଚେଷ୍ଟା କରିଥିଲି। କିନ୍ତୁ ମନରେ ଭୟ ରହିଥିଲା କି ଯଦି ମାଙ୍କଡ଼ ଚାପୁଡ଼ା ମରିଦିଏ ଯଦି ମାଙ୍କଡ଼ ମୋତେ କାମୁଡ଼ି ଦିଏ ମୁଁ କ’ଣ କରିବି?


 ତଥାପି ମାଙ୍କଡ଼କୁ କୋଳରେ ବସଥିବା ଦେଖି ମୁଁ କଦଳୀ ଆଣିବାକୁ ମୋର କିଛି କର୍ମଚାରୀଙ୍କୁ କହିଥିଲି। ସେମାନେ କଦଳୀ ଆଣିବା ପରେ ମୁଁ ମାଙ୍କଡ଼କୁ ଖାଇବାକୁ ଦେଇଥିଲି। କଦଳୀ ଖାଇବା ପରେ ମାଙ୍କଡ଼ ଖୁସି ହୋଇ ମୋତେ ଆଲିଙ୍ଗନ କରିବା ପରେ ପୁଣି କୋଳରେ ଶୋଇପଡ଼ିଥିଲା।  କିଛି ସମୟ ଶୋଇବା ପରେ ମାଙ୍କଡ଼ଟି ଆପଣାଛାଏଁ ଡିଆଁ ମାରି ତା’ବାଟରେ ଚାଲି ଯାଇଥିଲା। ଏହି ଅନୁଭବ ମୋର ଏକ ଅଭୁଲା ସ୍ମୃତି ହୋଇ ରହିଯିବ।’

ଶଶି ଥରୁରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe