ୟୁଏସ୍ ଆଙ୍କରଙ୍କ ‘ବ୍ରିଟିସ ଭାରତକୁ ସଭ୍ୟତା ଶିଖାଇଛି’ ମନ୍ତବ୍ୟ ଉପରେ ଶଶୀ ଥରୁରଙ୍କ ପ୍ରତିକ୍ରିୟା

Advertisment
ବିଜେପିର ଅତ୍ୟଧିକ ‘ନେହରୁ’ ଶବ୍ଦ ବ୍ୟବହାରର ଉତ୍ତର ଦେଲେ ଶଶି

Jagran TV

ନୂଆଦିଲ୍ଲୀ : ଆମେରିକାର ଜଣେ ନ୍ୟୁଜ୍ ଆଙ୍କର ଭାରତରେ ବ୍ରିଟିଶ ଉପନିବେଶବାଦକୁ ପ୍ରଶଂସା କରିବା ସହ ଦାବି କରିଛନ୍ତି ଯେ ବ୍ରିଟିଶ ଶାସନ ସମୟରେ ଦେଶ ପ୍ରଗତି କରିଥିଲା। ଏଥି ସହ ବ୍ରିଟିଶମାନେ ହିଁ ଭାରତକୁ ସଭ୍ୟତା ଶିଖାଇଛନ୍ତି ବୋଲି ସେ କହିଛନ୍ତି। ଏହା ଉପରେ କଂଗ୍ରେସ ନେତା ଶଶୀ ଥରୁର ଏବଂ ଅନେକ ଟ୍ବିଟର ବ୍ୟବହାରକାରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଫକ୍ସ ନ୍ୟୁଜ୍‌ର ଆଙ୍କର (ଉପସ୍ଥାପକ) ଆହୁରି ଦାବି କରିଥିଲେ ଯେ ବ୍ରିଟିସମାନେ ଭାରତ ଅଧିକାର କରିବା ପୂର୍ବରୁ ଭାରତରେ ଗୃହନିର୍ମାଣ କଳା ଓ ସ୍ଥାପତ୍ୟର ବିଶେଷ ଉନ୍ନତି ହୋଇ ନ ଥିଲା ଏବଂ ଭାରତୀୟମାନେ ଜାତିଆଣବାଦୀ ଓ ମୂର୍ଖ ଥିଲେ। ଗତ ଗୁରୁବାର ‘ଟକର କାର୍ଲସନ ଟୁନାଇଟ୍’ ଶୋ’ରେ ଆଙ୍କର ଜଣକ ଏହି ଦାବି କରିଥିଲେ। ସେ କହିଥିଲେ ଯେ ଶକ୍ତିଶାଳୀ ଦେଶଗୁଡ଼ିକ ସାଧାରଣତଃ ଦୁର୍ବଳ ଦେଶକୁ ଦବେଇ ରଖିଥାନ୍ତି। ସେ ଧାରା ଆଜିଯାଏ ବଦଳିନାହିଁ। କିନ୍ତୁ ଇଂରେଜମାନେ ଅନ୍ତତଃ ସେମାନଙ୍କର ଉପନିବେଶୀୟ ଦାୟିତ୍ବ ସୁଚାରୁରୂପେ ନିର୍ବାହ କରିଥିଲେ। ଆମେ (ଆମେରିକା) ଆଫଗାନିସ୍ତାନ ଛାଡ଼ି ଆସିଲୁ। ଆସିଲାବେଳେ ସେଠାରେ ବିମାନଘାଟି, ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଛାଡ଼ି ଆସିଲୁ। ବ୍ରିଟିସମାନେ ଯେତେବେଳେ ଭାରତ ଛାଡ଼ି ଆସିଲେ ସେତେବେଳେ ସେମାନେ ପୂରା ସଭ୍ୟତା, ଏକ ଉନ୍ନତ ଭାଷା, ଏକ ନ୍ୟାୟିକ ବ୍ୟବସ୍ଥା, ବିଦ୍ୟାଳୟ, ଚର୍ଚ୍ଚ, ପବ୍ଲିକ୍ ବିଲ୍‌ଡିଂ ଆଦି ଛାଡ଼ି ଆସିଥିଲେ, ଯେଉଁଗୁଡ଼ିକ ଆଜିପର୍ଯ୍ୟନ୍ତ ବ୍ୟବହୃତ ହେଉଛି। କାର୍ଲସନଙ୍କ ଏହି ମନ୍ତବ୍ୟର ଭିଡ଼ିଓ କ୍ଲିପ୍‌ ଟ୍ବିଟରରେ ଭାଇରାଲ ହୋଇଛି।
ଏହା ଉପରେ ଟ୍ବିଟରରେ କଂଗ୍ରେସ ନେତା ଶଶୀ ଥରୁର ଲେଖିଛନ୍ତି, ଯେତେବେଳେ ବିନା କ୍ରୋଧରେ ପ୍ରତିକ୍ରିୟା ପ୍ରକାଶ କରିହେବ ନାହିଁ, ସେତେବେଳେ ଟ୍ବିଟରରେ କିଛି ବିକଳ୍ପ ବ୍ୟବସ୍ଥା ରହିବା ଉଚିତ। ବର୍ତ୍ତମାନ ମୁଁ ଏତିକି (ଦୁଇଟା ଆଙ୍ଗ୍ରି ଫେସ୍ ଇମୋଜି) ମାଧ୍ୟମରେ ମୋର କ୍ରୋଧ ପ୍ରକାଶ କରୁଛି।

ବିଶିଷ୍ଟ ଟେନିସ୍ ତାରକା ମାର୍ଟିନା ନବରାତିଲୋଭା ମଧ୍ୟ ଟ୍ବିଟ୍ କରିଛନ୍ତି, ‘‘ହେ ଟକର କାର୍ଲସନ- ଭାରତର ଇତିହାସ ବିଷୟରେ ଆପଣ କିଛି ଜାଣିନାହାନ୍ତି। ଆପଣ ପ୍ରଥମେ ଶଶୀ ଥରୁରଙ୍କ ଲିଖିତ ‘ଇନ୍‌ଗ୍ଲୋରିୟସ୍ ଏମ୍ପାୟାର’ ପଢ଼ନ୍ତୁ ଆଉ ତା’ପରେ ମତ ଦିଅନ୍ତୁ।’’ ତେବେ ଫକ୍ସ ନ୍ୟୁଜ୍‌ର ଆଙ୍କର ଉକ୍ତ ସମାଲୋଚନା ଉପରେ ଏଯାଏ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe