ଶତ୍ରୁଘ୍ନ ସିହ୍ନାଙ୍କ ଘର ଉପରେ ବିଏମ୍‌ସିର ଚଢ଼ଉ, ସମସ୍ତ ବେଆଇନ୍‌ ନିର୍ମାଣକୁ ଭାଙ୍ଗିଲା

Advertisment
ଶତ୍ରୁଘ୍ନ ସିହ୍ନାଙ୍କ ଘର ଉପରେ ବିଏମ୍‌ସିର ଚଢ଼ଉ, ସମସ୍ତ ବେଆଇନ୍‌ ନିର୍ମାଣକୁ ଭାଙ୍ଗିଲା

ନୂଆଦିଲ୍ଲୀ: ଅଭିନେତା ଓ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ଜୁହୁସ୍ଥିତ ଘର ରାମାୟଣ ଉପରେ ମୁମ୍ବାଇ ମହାନଗର ନିଗମ  (ବିଏମ୍‌ସି) ଚଢ଼ାଉ କରିଛି। ଶତ୍ରୁଘ୍ନଙ୍କ ୮ମହଲା କୋଠା ଭିତରେ ହୋଇଥିବା ବେଆଇନ୍‌ ନିର୍ମାଣକୁ ବିଏମ୍‌ସି ଭଙ୍ଗି ଦେଇଛି। ଶତ୍ରୁଘ୍ନ ସିହ୍ନାଙ୍କ ଘରକୁ ଭଙ୍ଗା ଯାଉଥିବାର କେତେଟି ଦୃଶ୍ୟ ସାମ୍ନାକୁ ଆସିଛି।

publive-image

ବିଏମ୍‌ସି ବେଆଇନ୍‌ ଭାବେ ନିର୍ମାଣ କରାଯାଇଥିବା ଘରକୁ ଭଙ୍ଗାରୁଜା କରୁଥିବା ସମୟରେ ଶତ୍ରୁଘ୍ନ ସିହ୍ନା ଅଧିକାରୀଙ୍କ ସହିତ ସହଯୋଗ କରିଥିଲେ। .ସେ କହିଛନ୍ତି, ‘ମୁଁ ଘରେ ସାମନ୍ୟ ପରିବର୍ତ୍ତନ କରିଥିଲି। ବିଏମ୍‌ସି କର୍ମଚାରୀ ଏହି ନିର୍ମାଣକୁ ହଟାଇବା ସମୟରେ ମୁଁ ସମ୍ପୂର୍ଣ୍ଣ ଭାବେ ସେମାନଙ୍କୁ ସାହାଯ୍ୟ କରିଥିଲି। ମୁଁ ଘର ଉପରେ ଏକ ଟଏଲେଟ ଶୌଚାଳୟ ବନାଇଥିଲି, କାରଣ ଓ୍ଵାକର୍ସ ଏହାର ବ୍ୟବହାର କରିପାରିବେ। ମୋତେ ବିଏମ୍‌ସିଙ୍କ ଏହି କାମ ଉପରେ କୌଣସି ଆପତ୍ତି ନାହିଁ ।’

ବିଏମ୍‌ସି ଅଧିକାରୀଙ୍କ ମୁତାବକ, ସାଂସଦଙ୍କ ଘରେ ଦୁଇଟି ଶୌଚାଳୟ ଥିଲା। ଏଥିମଧ୍ୟରୁ ଗୋଟିଏ ବେଆଇନ୍‌ ନିର୍ମାଣ ଥିଲା। ଗୋଟିଏ ଶୌଚାଳୟ ଛାତ ଉପରେ ଓ ଆଉ ଗୋଟିଏ ଅଫିସ ଭିତରେ ଥିଲା। ଶତ୍ରୁଘ୍ନ ସିହ୍ନା ବନାଇଥିବା ପୂଜା ଘର ବି ବେଆଇନ୍‌ ନିର୍ମାଣ ତାଲିକାରେ ରହିଛି। ପୂଜା ଘରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ବେଆଇନ୍‌ ନିର୍ମାଣକୁ ହଟାଇ ଦିଆଯାଇଛି। ପୂଜାଘର ପରିବର୍ତ୍ତନ କରିବାକୁ ଶତ୍ରୁଘ୍ନ ସିହ୍ନାଙ୍କୁ କୁହାଯାଇଛି। ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ପୁଲିସରେ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି।

publive-image

ଏହି ଅଧିକାରୀଙ୍କଠାରୁ ଜଣାପଡ଼ିଛି, ସିହ୍ନାଙ୍କ ପାଖକୁ ୩ମାସ ପୂର୍ବରୁ ନୋଟିସ ଅାସିଥିଲା । ଯେଉଁଥିରେ କୁହାଯାଇଥିଲା କି ସିହ୍ନା ଫ୍ଲୋର ସ୍ପେସ୍‌ ଇନ୍‌ଡେକ୍ସ(ଏଫ୍‌ଏସ୍‌ଆଇ) ନିୟମର ଉଲଂଘନ କରିଛନ୍ତି। ବିନା କୌଣସି ଅନୁମତିରେ ନିର୍ମାଣ କରିଥିଲେ। ଶତ୍ରୁଘ୍ନ ସିହ୍ନାଙ୍କୁ ବିଏମ୍‌ସି ତରଫରୁ ପ୍ରଥମ ନୋଟିସ୍‌ ଗତବର୍ଷ ଡିସେମ୍ବର ୬ ତାରିଖର ମିଳିଥିଲା। ନୋଟିସ୍‌ ମିଳିବାର ଗୋଟିଏ ଦିନ ପୂର୍ବରୁ ସେ ବିଜେପି ନେତା ୟଶବନ୍ତ ସିହ୍ନାଙ୍କ ସମର୍ଥନରେ  ଖୋଲାଖୋଲି ମନ୍ତବ୍ୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe