ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବାରାଣସୀରୁ ଲୋକସଭା ନିର୍ବାଚନ ଲଢିବେ ଶତ୍ରୁଘ୍ନ ସିହ୍ନା !

Advertisment
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବାରାଣସୀରୁ ଲୋକସଭା ନିର୍ବାଚନ ଲଢିବେ ଶତ୍ରୁଘ୍ନ ସିହ୍ନା !

ନୂଆଦିଲ୍ଲୀ: ବିହାରର ପାଟନା ସାହିବ୍‌ ଆସନରୁ ଜିତି ଲୋକସଭା ସଦସ୍ୟ ହୋଇଥିବା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା ଏଥର ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିକଟରେ ଶତ୍ରୁଘ୍ନ୍ନ ସିହ୍ନା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ଅଖିଳେଶ ଶତ୍ରୁଘ୍ନ ସିହ୍ନାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ବାରାଣସୀରୁ ଲୋକସଭା ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଛନ୍ତି।

publive-image

ଯଦି ଶତ୍ରୁଘ୍ନ ଏଥିରେ ରାଜି ନ ହୁଅନ୍ତି, ତେବେ ତାଙ୍କୁ ଉତ୍ତର ପ୍ରଦେଶର ଅନ୍ୟ କୌଣସି ବଡ ଆସନରୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି ଅଖିଳେଶ। ଶତ୍ରୁଘ୍ନ ସିହ୍ନାଙ୍କୁ ଲକ୍ଷ୍ନୌରୁ ଗୃହମନ୍ତ୍ରୀ ରାଜନାଥ ସିଂହ, କାନପୁରରୁ ଭାଜପାର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ ବା ଗାଜିଆବାଦରୁ ବିଦେଶ ରାଜ୍ୟ ମନ୍ତ୍ରୀ ଜେନେରାଲ୍‌ ଭି କେ ସିଂଙ୍କ ବିରୁଦ୍ଧରେ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିବା କୁହାଯାଉଛି। ତେବେ ଏ ସଂପର୍କରେ ଶତ୍ରୁଘ୍ନ ସିହ୍ନା ଖୋଲାଖୋଲି ଭାବେ ନିଜର ମତ ସ୍ପଷ୍ଟ କରି ନାହାଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe