ଶତାବ୍ଦୀ ଟ୍ରେନ୍‌ରେ ଅସଦାଚରଣର ଶିକାର ହୋଇଥିବା ମହିଳା ଟ୍ଵିଟ୍‌ କରି ଜଣାଇଲେ ଦୁଃଖ; ସାହସିନୀ, ଯୋଦ୍ଧା ବୋଲି ସମ୍ବୋଧନ କଲେ ଲୋକ

Advertisment

www.hindustantimes.com

ନୂଆଦିଲ୍ଳୀ: ଶତାବ୍ଦୀ ଟ୍ରେନ୍‌ର ଜଣେ ମହିଳା ଯାତ୍ରୀ ତାଙ୍କର ଜଣେ ମଦ୍ୟପ ସହଯାତ୍ରୀଙ୍କ ଦ୍ୱାରା ଅସଦାଚରଣର ଶିକାର ହେବା ପରେ ଟ୍ଵିଟର୍‌ରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ଯାତ୍ରୀ ଜଣକ ନିଜେ ଭୋଗିଥିବା କଥା ଟ୍ଵିଟ୍‌ରେ ସେୟାର୍‌ କରିବା ପରେ ତାଙ୍କୁ ବହୁ ସମର୍ଥନ ମିଳିଛି। ମହିଳା ଜଣଙ୍କୁ ଟ୍ଵିଟର୍‌ ବ୍ୟବହାରକାରୀ ସାହସିନୀ ଓ ଯୋଦ୍ଧା ବୋଲି ସମ୍ବୋଧନ କରିଥିବା ବେଳେ ଏବେ ସୁଦ୍ଧା ତାଙ୍କ ପୋଷ୍ଟ ୩୦ ହଜାର ଥର ରି-ଟ୍ଵିଟ୍‌ ହୋଇ ସାରିଲାଣି। ଏହାକୁ ୪ ହଜାର ୧ ଶହ ଲୋକ ଲାଇକ୍‌ କରି ସାରିଲେଣି।

publive-image Flipboard

ମହିଳା ତାଙ୍କ ଆକାଉଣ୍ଟ୍‌ରେ ଟ୍ଵିଟ୍‌ କରି ଲେଖିଛନ୍ତି, ‘ଶତାବ୍ଦୀ ଟ୍ରେନ୍‌ରେ ମୁଁ ଅସଦାଚରଣର ଶିକାର ହେଲି। କାନୁନ ପ୍ରକ୍ରିୟା ସଂପର୍କରେ ଜାଣିବା ପାଇଁ ଏହା ମୋର ତରିକା। ମହିଳାଙ୍କର ଏହି ଟ୍ଵିଟ୍‌ ପରେ ତାଙ୍କୁ ଅନେକ ପ୍ରଶଂସା ମିଳିଛି। ସୋସିଆଲ୍‌ ମିଡିଆରେ ସେ ଏପରି ପୋଷ୍ଟ୍‍ କରି ସୋସିଆଲ୍‌ ମିଡିଆର ଉଚିତ ବ୍ୟବହାର କରିଛନ୍ତି ବୋଲି କେହି ଲେଖିଥିବା ବେଳେ ଆଉ କେହି ତାଙ୍କୁ ଏପରି କରିଥିବା ପାଇଁ ଉତ୍ସାହିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe