ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ରାଜି ଥିବା କହି ଫସିଲେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ୍

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ରାଜି ଥିବା କହି ଫସିଲେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ୍

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଦୁଇ ଦେଶ ମଧ୍ୟରେ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଆହ୍ବାନ ଦେଇଥିଲେ। ଶ୍ମୀର ସମେତ ଅନ୍ୟ ସମସ୍ତ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି ଏବଂ ଇସ୍‌ଲାମାବାଦ ଏ ଦିଗରେ ସହଯୋଗର ହାତ ବଢ଼ାଇବ ବୋଲି ସେ ଉଲ୍ଲେଖ କରିଥିଲେ। ଏବେ ଶାହବାଜ ନିଜର ଏଭଳି ଚିଠି ପାଇଁ ବିବାଦୀୟ ହୋଇପଡ଼ିଛନ୍ତି। ନିଜ ଦେଶବାସୀମାନେ ତାଙ୍କୁ ସମାଲୋଚନା କରିବା ସହ ଭାରତ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟର ଦୁର୍ବଳ ପ୍ରତିକ୍ରିୟା ଦେଇଥିବା କହିବା ଆରମ୍ଭ କରିଛନ୍ତି।

ପାକିସ୍ତାନର ପୂର୍ବତନ ରାଜଦୂତ ଅବଦୁଲ ବସିତ ଟ୍ବିଟ କରି କହିଛନ୍ତି ଯେ, ଭାରତ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟର ଦୁର୍ବଳ ପ୍ରତିକ୍ରିୟା ଦେଇଛନ୍ତି ଶାହବାଜ ଶରିଫ୍। କଶ୍ମୀର ଏକ ପ୍ରସଙ୍ଗ ନୁହେଁ ବରଂ ଏକ ବିବାଦ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିନନ୍ଦନ ବାର୍ତ୍ତାରେ ଆତଙ୍କବାଦ ବିଷୟରେ ଉଲ୍ଲେଖ କରିଥିଲେ କିନ୍ତୁ ଭାରତ ଅଧିକୃତ କଶ୍ମୀରରେ ଭାରତର ରାଜ୍ୟ ଅନୁଦାନ ପ୍ରାପ୍ତ ଆତଙ୍କବାଦ ବିଷୟରେ ଏବଂ କମାଣ୍ଡର କୁଲଭୂଷଣ ଯାଦବଙ୍କ ବିଷୟରେ କାହିଁକି ଉଲ୍ଲେଖ କରିନଥିଲେ। ପାକିସ୍ତାନର ଏପରି କ୍ଷମା ପ୍ରାର୍ଥନା କରିବାର ଆବଶ୍ୟକତା ନାହିଁ।

ଅବଦୁଲ ବସିତଙ୍କ ଏହି ଟ୍ବିଟକୁ ସମର୍ଥନ କରି ଅନେକ ନିଜର ପ୍ରତିକ୍ରିୟା ଦେଇଥିବା ଦେଖାଯାଇଛି। ଶାହବାଜ ଏଭଳି କଶ୍ମୀର ପ୍ରସଙ୍ଗ ବିଷୟରେ ଆଲୋଚନା କରିବା ପାଇଁ ରାଜି ହେବାକୁ ବିରୋଧ କରି ପାକିସ୍ତାନ କ୍ଷମା ମାଗିବା ଭଳି କିଛି କାମ କରିନଥିବା ଟ୍ବିଟ କରି କହିଛନ୍ତି ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe