୫ ଜଣ ସ୍ତ୍ରୀ, ୬ ସନ୍ତାନଙ୍କ ପିତା ହେଉଛନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍

Advertisment

ପତ୍ନୀଙ୍କ ନାମରେ କରିଦେଇଥିଲେ ଓଭରବ୍ରିଜ

ପତ୍ନୀଙ୍କ ନାମରେ କରିଦେଇଥିଲେ ଓଭରବ୍ରିଜ

୫ ଜଣ ସ୍ତ୍ରୀ, ୬ ସନ୍ତାନଙ୍କ ପିତା ହେଉଛନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍

ନୂଆଦିଲ୍ଲୀ: ଗତ କିଛି ମାସ ଧରି ପାକିସ୍ତାନରେ ଚାଲିଥିବା ରା‌ଜନୈତିକ କନ୍ଦଳର ଆଜି ଅନ୍ତ ଘଟିଛି। ବିରୋଧୀ ଦଳ ଇମ୍ରାନ ସରକାରଙ୍କୁ ହଟାଇ ଶେହବାଜ ଶରିଫଙ୍କ ପ୍ରଧାନମନ୍ତ୍ରୀ କରିବାରେ ସଫଳ ହୋଇଛନ୍ତି। ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦୌଡ଼ରୁ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଓହରିବା ପରେ ନିର୍ଦ୍ବନ୍ଦ୍ବରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ପିଏମଏଲ-ଏନ ନେତା ଶେହବାଜ୍ ଶରିଫ୍। ତେବେ ଶେହବାଜ୍ ଶରିଫଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ପାକିସ୍ତାନ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି | ବାସ୍ତବରେ ଶେହବାଜ୍ ଶରିଫ୍ ସମୁଦାୟ ୫ ଜଣଙ୍କୁ ବିବାହ କରିଛନ୍ତି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶେହବାଜ୍ ଶରିଫ୍ ପ୍ରଥମ ବିବାହ କରିବା ପାଇଁ ତାଙ୍କ ପିତାଙ୍କଠାରୁ ଅନୁମତି ପାଇ ନଥିଲେ |

କିନ୍ତୁ ୧୯୭୩ ମସିହାରେ, ମାତ୍ର ୨୩ ବର୍ଷ ବୟସରେ ସେ ନୁସରତ ଶାହବାଜଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଔରସରୁ ପାଞ୍ଚ ସନ୍ତାନ ଅଛନ୍ତି | ଶେହବାଜ୍ ଶରିଫଙ୍କ ବଡ ପୁଅ ଏବେ ରାଜନୀତିରେ ସକ୍ରିୟ ଥିବାବେଳେ ଦ୍ୱିତୀୟ ପୁଅ ସୁଲମାନ ଜଣେ ବ୍ୟବସାୟୀ। ଶେହବାଜ୍ ଶରିଫ୍ ୧୯୯୩ ମସିହାରେ ୪୩ ବର୍ଷ ବୟସରେ ଆଲିଆ ହନିଙ୍କୁ ଦ୍ଵିତୀୟ ବିବାହ କରିଥିଲେ, ଯାହାଙ୍କର ଏକ ଝିଅ ଖଦିଜା ଅଛନ୍ତି | ଉଭୟ ସ୍ୱାମୀ-ସ୍ତ୍ରୀ ଭାବେ ୨ ବର୍ଷ ଧରି ରହିବା ପରେ ୧୯୯୪ ମସିହାରେ ସେ ଆଲିଆଙ୍କୁ ଛାଡପତ୍ର ଦେଇଥିଲେ | ଶେହବାଜ୍ ୧୯୯୩ ମସିହାରେ ନିଲୋଫର ଖୋସାଙ୍କୁ ବିବାହ କରିଥିଲେ | ଏହା ପରେ, ଶେହବାଜ୍ ୨୦୦୩ ମସିହାରେ ତେହମିନା ଦୁରାନୀଙ୍କୁ ଗୁପ୍ତରେ ବିବାହ କରିଥିଲେ। ୨୦୧୨ ମସିହାରେ, ଶେହବାଜ୍ କଲସୁମ୍ ହଇଙ୍କୁ ଗୁପ୍ତ ବିବାହ କରିଥିଲେ |

ମୋଟାମୋଟି ଭାବେ କହିବାକୁ ଗଲେ ଶେହବାଜ୍ ଶରିଫ୍ ୫ଥର ବିବାହ କରିଛନ୍ତି | ଶେହବାଜ୍ ଶରିଫ୍ ବର୍ତ୍ତମାନ ଦୁଇ ପତ୍ନୀ ନୁସରତ ଏବଂ ତେହମିନା ଦୁରାନୀଙ୍କ ସହ ରହୁଛନ୍ତି ଆଉ ତିନି ପତ୍ନୀ ଆଲିଆ ହନି, ନିଲୋଫର ଖୋସା ଏବଂ କଲସୁମ୍ ହଇଙ୍କୁ ଛାଡପତ୍ର ଦେଇଛନ୍ତି। ଶେହବାଜଙ୍କ ବିଷୟରେ କୁହାଯାଏ ଯେ ସେ ତାଙ୍କ ପତ୍ନୀ ଆଲିଆ ହନିଙ୍କୁ ଯେଭଳି ଘରେ ପହଞ୍ଚିବାରେ ବିଳମ୍ବ ନ ହୁଏ ସେଥିପାଇଁ ପଞ୍ଜାବରେ ଏକ ଫ୍ଲାଏ ଓଭର ନିର୍ମାଣ କରିଛନ୍ତି | ଯାହାକୁ 'ହନି ବ୍ରିଜ୍' କୁହାଯାଏ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe