ଭାଙ୍ଗିବ ଶେହବାଜ ସରକାର! ଇମ୍ରାନଙ୍କ ପିଟିଆଇ ସବୁଠାରୁ ବଡ଼ ଦଳ ହେବ

Advertisment

ଫେବ୍ରୁଆରି ୮ ନିର୍ବାଚନ ନେଇ ସୁପ୍ରିମ୍‌କୋର୍ଟ କମିସନଙ୍କ କାର୍ଯ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସଂରକ୍ଷିତ ଆସନକୁ  ନେଇ ଇମ୍ରାନ୍ ଖାନ୍‌ଙ୍କ ଦଳ ସପକ୍ଷରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଫେବ୍ରୁଆରି ୮ ନିର୍ବାଚନ ନେଇ ସୁପ୍ରିମ୍‌କୋର୍ଟ କମିସନଙ୍କ କାର୍ଯ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସଂରକ୍ଷିତ ଆସନକୁ  ନେଇ ଇମ୍ରାନ୍ ଖାନ୍‌ଙ୍କ ଦଳ ସପକ୍ଷରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭାରତ ସହ ଶାନ୍ତି ପାଇଁ କଶ୍ମୀର ସମସ୍ୟାର ସମାଧାନ ଜରୁରୀ : ଟୁଇଟରରେ ମୋଦୀଙ୍କୁ ଶେହବାଜଙ୍କ ଜବାବ

ଇସଲାମାବାଦ: ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ଶେହବାଜ ସରିଫ ସରକାର ଓ ନିର୍ବାଚନ ଆୟୋଗଙ୍କ ‘ଜାଲିଆତି’ ବିରୋଧରେ ଏକ ବଡ଼ ରାୟ ଦେଇଛନ୍ତି। ଫେବ୍ରୁଆରି ୮ ନିର୍ବାଚନ ନେଇ ସୁପ୍ରିମ୍‌କୋର୍ଟ କମିସନଙ୍କ କାର୍ଯ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସଂରକ୍ଷିତ ଆସନକୁ  ନେଇ ଇମ୍ରାନ୍ ଖାନ୍‌ଙ୍କ ଦଳ ସପକ୍ଷରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ ନିର୍ବାଚନ କମିସନଙ୍କ ବିଭିନ୍ନ ପଦକ୍ଷେପକୁ ବେଆଇନ ବୋଲି କହିବା ସହ ସଂରକ୍ଷିତ ଆସନ ମାମଲାରେ କମିସନ ଜାଲିଆତିରେ ସଂପୃକ୍ତ ଥିବାରୁ କମିସନଙ୍କ ନିର୍ବାଚନ ପରିଣାମ ସଂକ୍ରାନ୍ତ ପୂର୍ବ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି।

ଯଦି ପାକିସ୍ତାନ ସୁପ୍ରିମ୍ କୋର୍ଟଙ୍କ ଆଦେଶକୁ  ପାଳନ କରାଯାଏ, ତେବେ ଇମ୍ରାନଙ୍କ ପିଟିଆଇ ଦଳ ପାକିସ୍ତାନ ନ୍ୟାସନାଲ୍ ଆସେମ୍ଳିରେ ସବୁଠାରୁ ବଡ଼ ଦଳ ହୋଇପାରିବ। ସଂରକ୍ଷିତ ଆସନକୁ   ଯୋଡ଼ିବା ଦ୍ୱାରା ପିଟିଆଇର ଶକ୍ତି ଆହୁରି ବୃଦ୍ଧି ପାଇବ ଏବଂ ଶେହବାଜ ସରକାର ଭାଙ୍ଗିଯିବ ବୋଲି କୁହାଯାଉଛି। ଏହାକୁ ନେଇ ପାକିସ୍ତାନ ରାଜନୀତି ସରଗରମ ହୋଇଉଠିଛି। ପାକିସ୍ତାନ ସୁପ୍ରିମ୍‌କୋର୍ଟଙ୍କ ଏହି  ରାୟ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଶାସକ ମେଣ୍ଟ ପାଇଁ ଏକ ବଡ଼ ଝଟକା ସାବ୍ୟସ୍ତ ହୋଇଛି।

ନିର୍ବାଚନ କମିସନ  ଜାଲିଆତି କରିଛନ୍ତି: ସୁପ୍ରିମ୍‌କୋର୍ଟ
ଇମ୍ରାନଙ୍କ ପିଟିଆଇ ସବୁଠାରୁ ବଡ଼ ଦଳ ହେବ

ପିଟିଆଇକୁ ସଂରକ୍ଷିତ ଆସନ ଆବଣ୍ଟନ ନିଷ୍ପତ୍ତି ବିରୋଧରେ ଶାସକ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (ପିଏମ୍‌ଏଲ୍-ଏନ୍) ନେତୃତ୍ୱାଧୀନ ସରକାର ଜୁଲାଇ ୧୫ରେ ସୁପ୍ରିମ୍ କୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିଥିଲେ। କୋର୍ଟ ଏହାକୁ ଖାରଜ କରିବା ସହ ଇମ୍ରାନଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏହା ପୂର୍ବରୁ ଜୁଲାଇ ୧୨ ରେ ସର୍ବୋଚ୍ଚ ନ୍ୟାୟାଳୟର ୧୩ ଜଣିଆ ଖଣ୍ଡପୀଠ ୮-୫  ସଂଖ୍ୟାଗରିଷ୍ଠତା  ରାୟ ଦେଇ କହିଥିଲେ ଯେ ପିଟିଆଇ ଜାତୀୟ ଆସେମ୍ଳିରେ ମହିଳା ଓ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ ଆସନ ପାଇବାକୁ ଯୋଗ୍ୟ। କୋର୍ଟ ପିଟିଆଇକୁ ସଂସଦୀୟ ଦଳ ଭାବେ ବିବେଚନା କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ୭୧ ବର୍ଷୀୟ ପିଟିଆଇ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏବେ ୨୦୦ରୁ ଅଧିକ ମାମଲା ରହିଛି ଏବଂ ଏ‌ବେ ସେ ରାୱଲପିଣ୍ଡିର ଆଡିଆଲା ଜେଲରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe