ସିସିଟିଭିରେ ଦେଖିବାକୁ ମିଳୁଥିବା ବ୍ୟକ୍ତି ମୋ ପୁଅ ନୁହେଁ

ପୁଲିସ ସୈଫ ଅଲୀଙ୍କୁ ଛୁରାମାଡ଼ କରିଥିବା ଘଟଣାରେ ଗିରଫ କରିଥିବା ଅଭିଯୁକ୍ତ ଜଣକ ପୂର୍ବତନ କୁସ୍ତିଯୋଦ୍ଧା ବୋଲି ଦାବି କରୁଥିବା ବେଳେ ଶହଜାଦଙ୍କ ବାପା ରୁହୁଲ ଏହାକୁ ଖଣ୍ଡନ କରି କହିଛନ୍ତି, ‘ମୋ ପୁଅ କଦାପି କୁସ୍ତି ଜାଣିନାହିଁ।’

୍ୀରତର


ନୂଆଦିଲ୍ଲୀ: ଜାନୁଆରି ୧୫ ତାରିଖ ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ଛୁରାମାଡ଼ କରିଥିବା ଆକ୍ରମଣକାରୀକୁ ମୁମ୍ବାଇ ପୁଲିସ ଗିରଫ କରିଛି। ଗିରଫ ଆକ୍ରମଣକାରୀ ବାଂଲାଦେଶୀ ନାଗରିକ ଥିବା ସହିତ ନାମ ତାର ଶହଜାଦ ବୋଲି ଜଣାପଡ଼ିଛି।

ଅଧିକପଢ଼ନ୍ତୁ:ଭାଗଲପୁରରେ ଆତଙ୍କ ! କବର ଦିଆଯାଇଥିବା ଶବଗୁଡ଼ିକର ମୁଣ୍ଡ ଗାଏବ 

ସୈଫଙ୍କୁ  ଛୁରାମାଡ଼ କରିଥିବା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଶହଜାଦଙ୍କ ବାପା ରୁହୁଲ ଅମିନ ଫକିର କହିଛନ୍ତି ଯେ,‘ ସୈଫଙ୍କ ଘରେ ସିସିଟିଭିରେ ଦେଖାଯାଉଥିବା ସନ୍ଦିଗ୍ଧ ବ୍ୟକ୍ତି ମୋ ପୁଅ ନୁହେଁ। କାରଣ ମୁଁ ମୋ ପୁଅକୁ ଭଲ ଭାବେ ଚିହ୍ନି ପାରିବି। ସିସିଟିଭି ଫୁ‌ଟେଜ ଦେଖିବା ପ‌ରେ ଦାବିର ସହ କହିବି କି ଫୁଟେଜରେ ଦେଖିବାକୁ ମିଳୁଥିବା ବ୍ୟକ୍ତି ମୋ ପୁଅ ଶହଜାଦ ଆଦୌ ନୁହେଁ।’

ଅଧିକପଢ଼ନ୍ତୁ: ଫୁଟିଥିଲେ ଅଘଟଣ ଘଟିଥାନ୍ତା! ନକ୍ସଲଙ୍କ ଆକ୍ରମଣ ଯୋଜନା ପଣ୍ଡ କଲେ ଯବାନ

ପଟେ ପୁଲିସ ସୈଫ ଅଲୀଙ୍କୁ ଛୁରାମାଡ଼ କରିଥିବା ଘଟଣାରେ ଗିରଫ କରିଥିବା ଅଭିଯୁକ୍ତ ଜଣକ ପୂର୍ବତନ କୁସ୍ତିଯୋଦ୍ଧା ବୋଲି ଦାବି କରୁଥିବା ବେଳେ ଶହଜାଦଙ୍କ ବାପା ରୁହୁଲ ଏହାକୁ ଖଣ୍ଡନ କରି କହିଛନ୍ତି, ‘ମୋ ପୁଅ କଦାପି କୁସ୍ତି ଜାଣିନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe