୮ମାସ ପୂର୍ବରୁ ଶେଖ ହସିନାଙ୍କୁ ଚେତାଇ ଦେଇଥିଲେ ଏହି ଜ୍ୟୋତିଷ

Advertisment
୮ମାସ ପୂର୍ବରୁ ଶେଖ ହସିନାଙ୍କୁ ଚେତାଇ ଦେଇଥିଲେ ଏହି ଜ୍ୟୋତିଷ

ନୂଆଦିଲ୍ଲୀ: ଅଗଷ୍ଟ ୫ତାରିଖ ସୋମବାର ଦିନ ପଡୋଶୀ ଦେଶ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ସେନା ଦେଶର ଦାୟିତ୍ବ ନେଇଛି। ସଂରକ୍ଷଣ ପାଇଁ ହିଂସାତ୍ମକ ବିରୋଧକୁ ଦୃଷ୍ଟିରେ ରଖି ଶେଖ ହସିନା ଇସ୍ତଫା ଦେଇଛନ୍ତି। ଶେଖ ହସିନା ବାଂଲାଦେଶ ଛାଡି ଭାରତ ଚାଲିଆସିଥିବା ବେଳେ ବର୍ତ୍ତମାନ ପାଇଁ ସେ ଭାରତରେ ରହିବେ ବୋଲି ଜଣାପଡ଼ିଛି। ଏମଧ୍ୟରେ ୮ମାସ ପୂର୍ବରୁ ଶେଖ ହସିନାଙ୍କୁ ଜଣେ ଜ୍ୟୋତିଷ ଚେତାଇ ଦେଇଥିଲେ ବୋଲି ଜଣାପଡ଼ିଛି। ଜ୍ୟୋତିଷ ପ୍ରଶାନ୍ତ କିନି, ଶେଖ ହସିନାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ୮ମାସ ପୂର୍ବରୁ ପୂର୍ବାନୁମାନ କରିଦେଇଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜ୍ୟୋତିଷ ପ୍ରଶାନ୍ତ କିନି ଡିସେମ୍ବର ୧୪, ୨୦୨୩ରେ ଶେଖ ହସିନାଙ୍କୁ ନେଇ ଭବିଷ୍ୟବାଣୀ କରିଥିଲେ। ସେ କହିଥିଲେ ଯେ, ୨୦୨୪ବର୍ଷର ମେ’, ଜୁନ୍, ଜୁଲାଇ ଏବଂ ଅଗଷ୍ଟ ମାସରେ ଶେଖ ହସିନାଙ୍କୁ ସତର୍କ ରହିବାକୁ ହେବ। ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇପାରେ ।

ଏବେ ଶେଖ ହସିନା ବାଂଲାଦେଶ ଛାଡ଼ି ଭାରତ ଆସିବା ପରେ ପ୍ରଶାନ୍ତ କିନି ନିଜ ପୁରୁଣା ଏକ୍ସ ପୋଷ୍ଟକୁ ସେୟାର କରି ଲେଖିଛନ୍ତି, ମୁଁ ପୂର୍ବରୁ କହିସାରିଥିଲି ଯେ, ୨୦୨୪ରେ ଅସୁବିଧାର ସମ୍ମୁଖୀନ ହେବେ ଶେଖ ହସିନ‌ା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe